ରାଜଧାନୀରେ ବାଘ ଛାଲ ଡିଲ୍;  ଗ୍ରାହକ ବେଶରେ ଯାଇ ମାଡ଼ି ବସିଲା ପୋଲିସ୍

ରାଜଧାନୀରେ-ବାଘ-ଛାଲ-ଡିଲ୍;- ଗ୍ରାହକ-ବେଶରେ-ଯାଇ-ମାଡ଼ି-ବସିଲା-ପୋଲିସ୍

ରାଜଧାନୀରେ ବାଘ ଛାଲ ଡିଲ୍;  ଗ୍ରାହକ ବେଶରେ ଯାଇ ମାଡ଼ି ବସିଲା ପୋଲିସ୍

Published By: Sangita – Prameya-News7 Bureau | November 03, 2025 01:06 PM

NEWS7

bhubaneswar

ଭୁବନେଶ୍ୱର ରାଜଧାନୀର ଏକ ତାରକା ହୋଟେଲ ପଛପଟେ, ଚାଲିଥିଲା ବାଘ ଛାଲ ଡିଲ୍। କଲରାପତରିଆ ବାଘ ଛାଲ ବିକ୍ରି କରିବା ପାଇଁ ସ୍ଥାନ, ସମୟ ଏବଂ ଟଙ୍କା ବି ଛିଡ଼ିଥିଲା। ଏମିତି କି ଦଲାଲ ଛାଲ ନେଇ ପହଁଞ୍ଚିଥିଲା। କିନ୍ତୁ ସବୁ ଯୋଜନା ବିଗାଡ଼ିଦେଲା ପୋଲିସ୍। ପୂରା ଫିଲ୍ମ ଷ୍ଟାଇଲରେ ପୋଲିସ ଗ୍ରାହକ ବେଶରେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା।  ଆଉ ପୂରା କାରନାମରା କରିଥିଲା ପର୍ଦ୍ଦାଫାସ୍।

ବାଘ ଛାଲ ଡିଲ୍ ପାଇଁ ୩ ଅଭିଯୁକ୍ତଙ୍କୁ ବାନ୍ଧିଚି ସ୍ପେଶାଲ କ୍ରାଇମ ୟୁନିଟ ବା ସ୍କୁ‘I ସେମାନଙ୍କ ଠାରୁ ଆହୁରି ବାଘ ଛାଲ ମିଳିପାରେ ବୋଲି ପୋଲିସ ଅନୁମାନ ଲଗାଉଥିବା ବେଳେ, ସେମାଙ୍କୁ ରିମାଣ୍ଡରେ ଆଣିବାକୁ ପ୍ରକ୍ରିୟା ଚାଲିଛି। ଏବେ ପ୍ରଶ୍ନ ସେମାନେ ଏହି ବାଘ ଛାଲ କେଉଁଠୁ ଆଣିଲେ? କେଉଁ ଜଙ୍ଗଲରେ ବାଘର ମୃତ୍ୟୁ ହୋଇଥିଲାବାଘର ବୟସ କେତେ ଥିଲା? ବାଘ ଟି କେଉଁ ଜଙ୍ଗଲରେ ଶିକାର କରାଯାଇଥିଲା? ଏ ସବୁର ଖୋଳତାଡ଼ ଏବେବି ଜାରି ରହିଛି। 

Scroll to Top