ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମୁଁ ଅନୁପ୍ରାଣିତ ହୋଇଛି, ରାଷ୍ଟ୍ର ନିର୍ମାଣ ପାଇଁ ବିଜେପିରେ ମିଶିଛି…
Published By: Kirti – Prameya-News7 Bureau | November 03, 2025 01:55 PM
NEWS7
ଭୁବନେଶ୍ୱର ୦୩।୧୧ : ବିଜେପି ହେଉଛି ଏକମାତ୍ର ଦଳ । ଯେଉଁଠି ରାଷ୍ଟ୍ର ନିର୍ମାଣର ସୁଯୋଗ ମିଳିବ। ଆଉ ସେଥିପାଇଁ ମୁଁ ଆଜି ବିଜେପିରେ ସାମିଲ ହୋଇଛି । ବିଜେପିରେ ସାମିଲ ହେବା ପରେ ଏପରି କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାତ୍ର ୮ ବର୍ଷର ମୋ ରାଜନୈତିକ କ୍ୟାରିୟର । କିନ୍ତୁ ଆଜି ହେଉଛି ମୋ ଜୀବନର ପରିବର୍ତ୍ତନର ସମୟ । ଚାକିରି ଛାଡ଼ିଥିଲି ଓଡ଼ିଶା ପାଇଁ କାମ କରିବି ଓ ଜନସେବା କରିପାରିବ ବୋଲି । ମୋତେ ରାଜ୍ୟସଭାରେ ସୁଯୋଗ ମିଳିବା ପରେ ଓଡ଼ିଶାର ଦାବି ରଖିବାକୁ ଚେଷ୍ଟା କରିଛି। ମୋତ ରାଷ୍ଟ୍ର ନିର୍ମାଣ ପାଇଁ କିଛି କରିବାର ଅଛି । ସେଥିପାଇଁ ମୁଁ ଜାତୀୟ ଦଳରେ ଯୋଗ ଦେଲି। ବିଜେପି ହେଉଛି ଏକମାତ୍ର ଦଳ ଯେଉଁଠି ରାଷ୍ଟ୍ର ନିର୍ମାଣ ପାଇଁ ସୁଯୋଗ ମିଳିବ। ସେଥିପାଇଁ ମୁଁ ବିଜେପିରେ ଯୋଗ ଦେଇଛି। ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବା ସମୟରେ ମୋ ରୁମ ଟାଙ୍କୁରୀ ଉଠେ। ପ୍ରଧାନମନ୍ତ୍ରୀ ଭାରତକୁ ଆଗକୁ ନେବାକୁ ଚେଷ୍ଟା କରିଛନ୍ତି। ବିଶ୍ୱରେ ଭାରତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମୁଁ ସଂକଳ୍ପ କରୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଉଁ କାର୍ଯ୍ୟ ଦେବେ ତାହାକୁ ମୁଁ ସମ୍ପାଦନ କରିବି । ମୋତେ କଥାରେ ନୁହେଁ କାମ କରିବାକୁ ପଡିବ ।
ସେହିପରି ଦେଶରେ ଗତ କିଛି ବର୍ଷ ହେଲା ନକ୍ସଲଙ୍କ ହିଂସା କାର୍ଯ୍ୟ ବଢିବାରେ ଲାଗିଥିଲା । ଯାହାକୁ ଦୃଷ୍ଟିରେ ରଖି ଭାରତ ସରକାର ନୂଆ ରଣନୀତି ପ୍ରସ୍ତୁତ କରିଥିଲେ । ଏବେ ଆପଣମାନେ ଦେଖୁଥିବେ ନକ୍ସଲଙ୍କ ଅବସ୍ଥା କଣ ? ଗୃହମନ୍ତ୍ରୀ ଅମିତ ଶାହ ନୂଆ ଷ୍ଟ୍ରାଟେଜି ପ୍ରସ୍ତୁତ କରିଲେ । ଆଉ ନକ୍ସଲଙ୍କୁ ଦମନ ପାଇଁ ଆରମ୍ଭ ହେଲା ଅପରେସନ । ଯାହା ଏବେ ସଫଳ ହୋଇଛି ।




