ଅଜା ଓ ମାମୁଁ ଙ୍କ ଠାରୁ ଅଭିନୟ ଶିଖୁଛନ୍ତି ଅଗସ୍ତ୍ୟ, ନାତିର ଡେବ୍ୟୁକୁ ନେଇ ଜୟା କହିଲେ-ସେ ମୋ ପରି…

ଅଜା-ଓ-ମାମୁଁ-ଙ୍କ-ଠାରୁ-ଅଭିନୟ-ଶିଖୁଛନ୍ତି-ଅଗସ୍ତ୍ୟ,-ନାତିର-ଡେବ୍ୟୁକୁ-ନେଇ-ଜୟା-କହିଲେ-ସେ-ମୋ-ପରି…

ନୂଆଦିଲ୍ଲୀ ୦୩।୧୧; ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା ତାଙ୍କ ଫିଲ୍ମ “ଇକିସ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ତାଙ୍କ ଫିଲ୍ମ ରିଲିଜ୍ ହେବା ପାଇଂ ସମ୍ପୂର୍ଣ୍ଣ ପ୍ରସ୍ତୁତ। କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା । ଏହାକୁ  ଦେଖି ଅନେକ ତାଙ୍କ କାମକୁ ପ୍ରଶଂସା କରିଥିଲେ। ଅଗସ୍ତ୍ୟଙ୍କ ନିକଟତମ ବନ୍ଧୁ ଏବଂ ପରିବାର ସଦସ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏବେ, ତାଙ୍କ ଆଇ ଜୟା ବଚ୍ଚନ ମଧ୍ୟ ତାଙ୍କ ନାତିର ଡେବ୍ୟୁ ଉପରେ ପ୍ରତିକ୍ରିୟା ଦେଇଛନ୍ତି।

ଜୟା ବଚ୍ଚନ ଏକ ସାକ୍ଷାତକାରରେ ଅଗସ୍ତ୍ୟଙ୍କ କାମକୁ ଖୁବ୍‌ ପ୍ରଶଂସା କରିଥିଲେ। ତାଙ୍କ ଫିଲ୍ମ “ଇକିସ୍‌“ର ଟ୍ରେଲର ଦେଖିବା ପରେ, ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ନାତି ତାଙ୍କ ପରି। ଅଗସ୍ତ୍ୟ ତାଙ୍କ କ୍ୟାରିଅରରେ ନିଜର ରାସ୍ତା ନିଜେ ତିଆରି କରିବେ। ଜୟା କହିଛନ୍ତି, “ଅଗସ୍ତ୍ୟ ତା କାମକୁ ନେଇ ଖୁବ୍ ସିରିଏସ୍‌ ସେ ତା ବୟସ ଅନୁସାରେ ଜଣେ ଶୀଘ୍ର ବହୁତ କିଛି ଶିଖିଛି କାହିଁକି ନା ତାଙ୍କ ବାପା ମାଉଭୟ କଳାକାର ନୁହଁନ୍ତି। ସେ ତାଙ୍କ ଅଜା ଏବଂ ମାମୁଁ ଙ୍କଠାରୁ ପରାମର୍ଶ ନେଉଛନ୍ତି ଏବଂ ଶିଖୁଛନ୍ତି। ତୁମେ ମୋତେ ଜାଣ, ମୁଁ କାହାକୁ ପ୍ରଶଂସା କରେ ନାହିଁ, ବିଶେଷକରି ମୋ ନିଜ ପିଲାମାନେ କିମ୍ବା ନାତିନାତୁଣୀ। କିନ୍ତୁ ଅଗସ୍ତ୍ୟ ସ୍ପେଶାଲ।” ସେହି ପିଲାଟି ନିଜ ପଥ ନିଜେ ତିଆରି କରିପାରିବ, ଯେପରି ମୁଁ ଥରେ କରିଥିଲି। ମୋ ପରି, ସେ ମଧ୍ୟ କାହାକୁ ଫଲୋ କରିବ ନାହିଁ।

T 5548(i) –https://t.co/Qz7cU2DSRq
Agastya ! I held you in my hands as soon as you were born .. few months later, I held you again in my hands and your soft fingers reached out to play with my beard ..
TODAY you play in Theatres all over the World ..
You are SPECIAL .. all my…

— Amitabh Bachchan (@SrBachchan) October 29, 2025

ଭାବପ୍ରବଣ ହେଲେ ଅମିତାଭ?

ଯେତେବେଳେ ଅଗସ୍ତ୍ୟଙ୍କ ଫିଲ୍ମ “ଇକିସ୍‌“ର ଟ୍ରେଲର ରିଲିଜ୍ ହୋଇଥିଲା,ବିଗ୍‌ ବିୃ ଭାବପ୍ରବଣ ହୋଇଗଲେ। ସେ ସୋସିଆଲ ମିଡିଆରେ ତାଙ୍କ ନାତିଙ୍କ ଉପରେ ପ୍ରେମର ବର୍ଷା କରିଥିଲେ। ଅଗସ୍ତ୍ୟଙ୍କ ଫିଲ୍ମ ବିଷୟରେ କଥା ହେବା ସମୟରେ, ଅମିତାଭ ବଚ୍ଚନ ତାଙ୍କ ଜନ୍ମ ପରେ ପ୍ରଥମ ଥର ପାଇଁ ତାଙ୍କ ନାତିକୁ କୋଳରେ ଧରିଥିବା ମୁହୂର୍ତ୍ତକୁ ମଧ୍ୟ ମନେ ପକାଇଥିଲେ। ଅମିତାଭ କହିଥିଲେ ଯେ ଯେତେବେଳେ ଅଗସ୍ତ୍ୟ ଛୋଟ ଥିଲେ, ସେ ତାଙ୍କ ଦାଢ଼ି ସହିତ ଖେଳୁଥିଲେ। କିନ୍ତୁ ଏବେ, ସେ ବଡ଼ ହୋଇଯାଇଛନ୍ତି ଏବଂ ତାଙ୍କ ଫିଲ୍ମର ଟ୍ରେଲର ଦେଖି ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ଅମିତାଭ ତାଙ୍କ ନାତିଙ୍କୁ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରିଛନ୍ତି।

Scroll to Top