ନୂଆପଡ଼ା ଉପନିର୍ବାଚନ, ସୋମବାର ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ନୂଆପଡ଼ା-ଉପନିର୍ବାଚନ,-ସୋମବାର-ପ୍ରଚାର-ମୈଦାନକୁ-ଓହ୍ଲାଇବେ-ବିଜେଡି-ସୁପ୍ରିମୋ

ନୂଆପଡ଼ା ଉପନିର୍ବାଚନ, ସୋମବାର ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

Published By: Kirti – Prameya-News7 Bureau | November 03, 2025 09:12 AM

NEWS7

naveen

ନୂଆପଡ଼ା ୦୩।୧୧: ନୂଆପଡ଼ା ଉପନିର୍ବାଚନ। ଆଜି ନୂଆପଡ଼ାରେ ପ୍ରଚାରକୁ ଯିବେ ନବୀନ। ଦିନିକିଆ ନୂଆପଡା ଗସ୍ତରେ ଯାଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ନବୀନ ପୂର୍ବାହ୍ନ ୧୦ ଟା ୪୦ ରେ ଗୋତମା ଏଆରଷ୍ଟ୍ରିପରେ ପହଞ୍ଚିବେ। ସେଠାରୁ କୋମନା ବ୍ଲକ ତରବୋଡ଼ ସମ୍ଭବ ଅସ୍ଥାୟୀ ହେଲିପ୍ୟାଡ଼ରେ ୧୧ ଟା ୧୫ରେ ପହଞ୍ଚିବେ। ସେଠାରେ ନିର୍ବାଚନୀ ସଭାରେ ଯୋଗ ଦେବା ସହ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ଭିକ୍ଷା କରିବେ। ପାଖାପାଖି ୪୦ ମିନିଟ ଲୋକଙ୍କ ଗହଣ ରେ ରହିବେ ନବୀନ। ୧୨ ଟା ୩୦ରେ ଫେରି ଯିବାର କାର୍ଯ୍ୟକ୍ରମ ରହିଛି। ଯାହାପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଜେଡିର ଅନେକ ତୁଙ୍ଗ ନେତା ଏହି କାର୍ଯ୍ୟକ୍ରମ ରେ ସାମିଲ ହେବେ। ପ୍ରଚାର ମୈଦାନରେ ହେବ ମହାଲଢ଼େଇ। ତାରିଖରେ କମ୍ପିବ ନୂଆପଡ଼ା। ୩ ପ୍ରମୁଖ ରାଜନୈତିକ ଦଳର ଏହି ଦୁଇ ତାରିଖକୁ ଛକିଛନ୍ତି। କାରଣ ୯ରେ ସରିବ ପ୍ରଚାର ତା ପୂର୍ବରୁ ହେବ ମାଷ୍ଟର ଷ୍ଟ୍ରୋକ। ନବୀନ ଦୁଇଥର ନୂଆପଡ଼ାରେ କରିବେ ପ୍ରଚାର। ଶେଷ ପର୍ଯ୍ୟାୟରେ ବିଜେପିର ପ୍ରଚାର ମଙ୍ଗ ଧରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଦିନ ନୂଆପଡାରେ ପ୍ରଚାର କରିବେ। ଏହାରି ଭିତରେ ୮ ତାରିଖ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଚୂଡାନ୍ତ ହୋଇଥିବା ବେଳେ ଖୁବ ଶୀଘ୍ର ଅନ୍ୟ ତାରିଖ ମଧ୍ୟ ଜଣାପଡ଼ିବ।  

Scroll to Top