ବାପାଙ୍କ ଆରୋଗ୍ୟ କାମନା ପାଇଁ ଯାଇ ଦଳାଚକଟାରେ ପ୍ରାଣ ଗଲା, ଯୁବତୀଙ୍କ ମରଶରୀର ନେଇ ଫେରୁଛନ୍ତି ପରିବାର
Published By: Ruby – Prameya-News7 Bureau | November 02, 2025 01:18 PM
NEWS7
ଦିଗପହଣ୍ଡି ୨।୧୧: ଆନ୍ଧ୍ରପ୍ରଦେଶ କାଶୀବୁଗା ଭେଙ୍କଟେଶ୍ବର ମନ୍ଦିର ଟ୍ରାଜେଡିରେ ଗଞ୍ଜାମ ପାତ୍ରପୁର ବ୍ଲକ ଗୁଡ଼ିପଦର ଗାଁର ଯୁବତୀ ପ୍ରାଣ ହରାଇଛନ୍ତି । ମୃତ ଯୁବତୀ ହେଲେ ଆର. ରୁପା । ଏକାଦଶୀ ଦର୍ଶନ ବେଳେ ଦଳାଚକଟାରେ ପ୍ରାଣ ହରାଇଥିଲେ ୧୦ ଜଣ । ସେଥିମଧ୍ୟରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଯୁବତୀ ଜଣଙ୍କ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଗୁଡ଼ିପଦର ଗାଁର ବୋଲି ଜଣାପଡିଛି ।
ଯୁବତୀ ଜଣଙ୍କ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମର କାଶୀବୁଗା ସ୍ଥିତ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ବୁଲି ଯାଇଥିଲେ । ସେଠାରେ ଦଳାଚକଟା ହୋଇ ଯୁବତୀଙ୍କ ମୃତ୍ୟୁ ହୋଇଛି । ଯୁବତୀଙ୍କ ସହ ଯାଇଥିବା ଆଉ ଜଣେ ମହିଳା ଦଳାଚକଟାରେ ଗୁରୁତର ହୋଇଥିବା ଜଣାପଡିଛି । ମରଶରୀର ଧରି ଗାଁକୁ ଆସୁଛନ୍ତି ପରିବାର ଲୋକେ । ଅସୁସ୍ଥ ବାପାଙ୍କ ଆରୋଗ୍ୟ କାମନା ପାଇଁ ଭେଙ୍କଟେଶ୍ବର ମନ୍ଦିରକୁ ଯାଇଥିଲେ ।




