କଂଗ୍ରେସ ଆଣିଲା ସଙ୍ଗୀନ ଅଭିଯୋଗ, ବରିଷ୍ଠ ନେତା କହିଲେ- ବିଜେଡି-ବିଜେପି ଅଘୋଷିତ ମେଣ୍ଟରେ ଲଢୁଛନ୍ତି ନିର୍ବାଚନ

କଂଗ୍ରେସ-ଆଣିଲା-ସଙ୍ଗୀନ-ଅଭିଯୋଗ,-ବରିଷ୍ଠ-ନେତା-କହିଲେ-ବିଜେଡି-ବିଜେପି-ଅଘୋଷିତ-ମେଣ୍ଟରେ-ଲଢୁଛନ୍ତି-ନିର୍ବାଚନ

କଂଗ୍ରେସ ଆଣିଲା ସଙ୍ଗୀନ ଅଭିଯୋଗ, ବରିଷ୍ଠ ନେତା କହିଲେ- ବିଜେଡି-ବିଜେପି ଅଘୋଷିତ ମେଣ୍ଟରେ ଲଢୁଛନ୍ତି ନିର୍ବାଚନ

Published By: Kirti – Prameya-News7 Bureau | November 02, 2025 01:56 PM

NEWS7

congress

ଭୁବନେଶ୍ୱର ୦୨।୧୧ : ସୋମବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆପଡ଼ା ଯିବେ । ତାଙ୍କ ଗସ୍ତ ଭୋଟରଙ୍କୁ ଆକୃଷ୍ଟ କରିବନି କି କିଛି ପ୍ରଭାବ ପକାଇବ ନାହିଁ । ୨୦୦୬ ଓ ୨୦୦୮ରେ ଉପନିର୍ବାଚନରେ ବି ନବୀନଙ୍କ କିଛି ପ୍ରଭାବ ପଡିନଥିଲା । ସେବେ କଂଗ୍ରେସ ବାଜିମାତ କରିଥିଲା । ଏଥର ବି ପଡ଼ିବ ନାହିଁ । ନବୀନଙ୍କ ଗସ୍ତକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆପଡ଼ା ଉପନିର୍ବାଚନରେ ନିଜ ସମ୍ମାନ ରକ୍ଷା କରିବାକୁ କେବଳ ନବୀନ ଯାଉଛନ୍ତି। ବିଜେଡି ଓ ବିଜେପିର ରଣକୌଶଳକୁ ନିୟନ୍ତ୍ରିତ କରୁଛନ୍ତି ଦୁଇ ଦଳର ବରିଷ୍ଠ ନେତା। କିନ୍ତୁ କଂଗ୍ରେସର ନିର୍ବାଚନ ପରିଚାଳନା କମିଟି ହିଁ ନିର୍ବାଚନ ପରିଚାଳନା କରୁଛି। କଂଗ୍ରେସ ନିଜ ଶକ୍ତିରେ ଲଢ଼ୁଛି। ଘୋଷିତ ଓ ଅଘୋଷିତ ମେଣ୍ଟ ହୋଇ ନିର୍ବାଚନ ଲଢ଼ୁଛନ୍ତି ବିଜେଡି ଓ ବିଜେପି । ବିଜେଡିର ଘୋଷିତ ପ୍ରାର୍ଥୀ ଜୟ ଢୋଲକିଆ ଦିଲ୍ଲୀରେ ବିଜେପିରେ ମିଶିବା ଯାଏ ରାଜ୍ୟ ବିଜେପି ବରିଷ୍ଠ ନେତୃତ୍ୱମାନେ କେହି କିଛି ଜାଣି ନଥିଲେ। ଗୋଟିଏ ପଟେ କଂଗ୍ରେସ ଓ ଅନ୍ୟପଟେ ଦୁଇ ଦଳ ଲଢ଼ୁଛନ୍ତି। ବିଜେଡି ବି ନୂଆପଡ଼ାର ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ନଦେଇ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଟିକେଟ ଦେଲା। ପୂର୍ବରୁ ନିର୍ବାଚନ ଓ ଉପନିର୍ବାଚନରେ ବିଜେଡି ବିଜେପିର ପରସ୍ପର ସହଯୋଗରେ ଚାଲିଥିବା ବେଳେ ଏହି ଉପନିର୍ବାଚନ ଉଭୟ ମିଶି ଲଢ଼ୁଛନ୍ତି। ଏହା ଏକ ବଡ଼ ଡିଲ। କଂଗ୍ରେସକୁ ହରେଇବା ପାଇଁ ବିଜେଡି ଓ ବିଜେପି ରଣକୌଶଳ ତିଆରି କରୁଛନ୍ତି। ନବୀନ ଯାଇ ବିଜେପିକୁ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିବେ ବୋଲି କଂଗ୍ରେସ ଅଭିଯୋଗ କରିଛି। ବିଜେପି ପ୍ରଚାର ଲାଗି ଛତିଶଗଡ଼ରୁ ଭଡ଼ାରେ ଷ୍ଟାର ପ୍ରଚାରକ ଆଣିଛି। ଡାନି ଘଡେ଼ଇଙ୍କ ଘରେ ରେଡ କରିବା ଏକ ପଲିଟିକାଲ ଏଜେଣ୍ଡା। ଯାହାବି ହେଉ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଜିତିବେ। କଂଗ୍ରେସକୁ ଭୋଟ ନଯାଉ ସେମିତି ବିଜେପି ବିଜେଡ଼ି ମିଶିଛନ୍ତି। ବିଜେଡି ୟ ସ୍ଥାନରେ ରହିବ ବିଜେପି ତୃତୀୟରେ ରହିବ ବୋଲି କହିଛନ୍ତି। କଂଗ୍ରେସ ପାଖରେ ଲୋକବଳ ଅଛି, ତେଣୁ କଂଗ୍ରେସ ଜିତିବ।

Scroll to Top