କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇଥିଲେ, ପାଣିରେ ବୁଡ଼ି ୨ ନାବାଳକ ନିଖୋଜ
Published By: Kirti – Prameya-News7 Bureau | November 02, 2025 11:22 AM
NEWS7
କଟକ ୦୨।୧୧ : କଟକ ଜିଲ୍ଲା ଖାନନଗର ନିକଟ କାଠଯୋଡ଼ିରେ ଅଘଟଣ । କାଠଯୋଡ଼ିରେ ବୁଡ଼ିଗଲେ ଦୁଇ ଜଣ ନାବାଳକ । ବର୍ତ୍ତମାନ ସୁଦ୍ଧା ୨ ନାବାଳକଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ । ଅଗ୍ନିଶମ ବାହିନୀ ପକ୍ଷରୁ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ ।
ଖବର ଅନୁଯାୟୀ, ଖାନନଗର ନିକଟ କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇଥିବା ଦୁଇ ନାବାଳକ । ନଦୀରେ ଗାଧୋଇବା ସମୟରେ ଦୁଇ ନାବାଳକ ପାଣିରେ ବୁଡ଼ିଯାଇଥିଲେ । ଯାହାପରେ ନଦୀ କୂଳରେ ଥିବା ଲୋକ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଦାର କାର୍ଯ୍ୟ ଆରମ୍ଭ କରିଛି । ହେଲେ ବର୍ତ୍ତମାନ ଯାଏ ନିଖୋଜ ନାବାଳକ ସଂପର୍କରେ କୌଣସି ପତ୍ତା ମିଳିନାହିଁ । ନିଖୋଜ ଦୁଇ ନାବାଳକ ସ୍ଥାନୀୟ ଭଗତପୁର ଅଞ୍ଚଳର ବୋଲି ସୂଚନା ମିଳିଛି ।




