ମୋନ୍ଥା ପାଇଁ ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ, କଲେଜରୁ ନିବେଦନ ଆସିବା ପରେ ବୋର୍ଡର ନିଷ୍ପତ୍ତି

ମୋନ୍ଥା-ପାଇଁ-ଘୁଞ୍ଚିଲା-ଯୁକ୍ତ-ଦୁଇ-ଫର୍ମ-ପୂରଣ-ତାରିଖ,-କଲେଜରୁ-ନିବେଦନ-ଆସିବା-ପରେ-ବୋର୍ଡର-ନିଷ୍ପତ୍ତି

ମୋନ୍ଥା ପାଇଁ ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମ ପୂରଣ ତାରିଖ, କଲେଜରୁ ନିବେଦନ ଆସିବା ପରେ ବୋର୍ଡର ନିଷ୍ପତ୍ତି

Published By: Kirti – Prameya-News7 Bureau | October 29, 2025 02:21 PM

NEWS7

break

ଭୁବନେଶ୍ୱର ୨୯।୧୦ : ମୋନ୍ଥା ପାଇଁ ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମପୂରଣ ତାରିଖ। ଅକ୍ଟୋବର ୨୮ରେ ଶେଷ ହେଉଥିଲା ୨୦୨୬ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ । କିନ୍ତୁ ବାତ୍ୟା ମୋନ୍ଥାର ପ୍ରଭାବ ପାଇଁ ଅନେକ କଲେଜରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିନାହାନ୍ତି। ଏନେଇ କଲେଜ ଗୁଡ଼ିକ ଠାରୁ ନିବେଦନ ଆସିବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

​​​​​​​ଖବର ଅନୁଯାୟୀ, ୨୦୨୬ ଯୁକ୍ତ ଦୁଇ ପରୀକ୍ଷା ଲାଗି ଫର୍ମ ପୂରଣ ଅକ୍ଟୋବର ୨୮ରେ ହେବାର ଥିଲା । ହେଲେ ବାତ୍ୟା ମୋନ୍ଥା ଲାଗି ଫର୍ମ ପୂରଣ ହୋଇପାରିନାହିଁ । ଯାହାକୁ ନେଇ ଅନେକ କଲେଜରେ ଫର୍ମ ପୂରଣ ହୋଇପାରିନଥିଲା । ଶେଷରେ ଅନେକ କଲେଜ ବୋର୍ଡକୁ ତାରିଖ ଅବଧିକୁ ବୃଦ୍ଧି କରିବା ଲାଗି ନିବେଦନ କରିଥିଲେ । କଲେଜଙ୍କ ଆବେଦନକୁ ବିଚାରକୁ ନେଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯୁକ୍ତ ଦୁଇ ଫର୍ମପୂରଣ ପାଇଁ ତାରିଖ ନଭେମ୍ବର ୩ ତାରିଖ ଯାଏଁ ଘୁଞ୍ଚାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

Scroll to Top