ଡିଜିପିଙ୍କ ସମେତ ୩ IAS ଅଫିସରଙ୍କ ଦରମା କାଟିବାକୁ ନିର୍ଦ୍ଦେଶ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରେ ଭରିବେ ୨ଲକ୍ଷ ଟଙ୍କା

ଡିଜିପିଙ୍କ-ସମେତ-୩-ias-ଅଫିସରଙ୍କ-ଦରମା-କାଟିବାକୁ-ନିର୍ଦ୍ଦେଶ,-ମୁଖ୍ୟମନ୍ତ୍ରୀଙ୍କ-ରିଲିଫ୍-ପାଣ୍ଠିରେ-ଭରିବେ-୨ଲକ୍ଷ-ଟଙ୍କା

ନୂଆଦିଲ୍ଲୀ: ଡିଜିପିଙ୍କ ସମେତ ୩ ଆଇଏଏସ ଅଧିକାରୀ ଗଣିବେ ଜୋରିମାନା। ଫାଇନ୍‌ ଭରିବେନି ବରଂ ସାଲାରି କଟାଯିବ। ପଞ୍ଜାବରେ ମଡିଫାଏଡ୍‌ ଭେଇକିଲ ମାମଲାରେ କଡ଼ା ଟିପ୍ପଣୀ ଦେଇଛନ୍ତି ପଞ୍ଜାବ ହାଇକୋର୍ଟ। କୋର୍ଟ ପଞ୍ଜାବ ଡିଜିପି ଗୌରବ ଯାଦବ ଏବଂ ତିନି ଜଣ ଆଇଏଏସ୍ ଅଧିକାରୀ ଉପରେ ୨ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ଜରିମାନା ଅଧିକାରୀମାନଙ୍କ ଦରମାରୁ କାଟି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ପୂର୍ବରୁ ଏହି ଅଧିକାରୀମାନଙ୍କୁ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶକୁ ଠିକ୍ ଭାବରେ ପାଳନ କରାଯାଇନଥିଲା। ଏହି ଅଧିକାରୀ ମାନେ ହେଲେ- ପ୍ରଦୀପ କୁମାର, ଜିତେନ୍ଦ୍ର ଜୋରୱାଲ ଏବଂ ମନୀଷ କୁମାର

ମଡିଫାଏଡ ଭେଇକିଲ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ନିୟମିତ ଚାଲାଣ ଜାରି କରିବାକୁ ଏବଂ ଏପରି ଯାନବାହାନ ବିରୁଦ୍ଧରେ ରିପୋର୍ଟ ଦାଖଲ କରିବାକୁ କହିଥିଲେ କିନ୍ତୁ ଅଧିକାରୀମାନେ କୋର୍ଟଙ୍କ ନିର୍ଦ୍ଦେଶକୁ ବାରମ୍ବାର ଅଣଦେଖା କରିଥିଲେ। ଏହାକୁ ନେଇ କୋର୍ଟରେ ଏକ ପିଆଇଏଲ ଦାଖଲ କରିଥିଲେ Shaheed Bhagat Singh Mini Transport Welfare Association

ହାଇକୋର୍ଟ କହିଛନ୍ତି ଯେ ସମ୍ପୃକ୍ତ ଅଧିକାରୀମାନେ ଜାଣିଶୁଣି କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ନ୍ୟାୟିକ ପ୍ରକ୍ରିୟାରେ ଠକେଇ କରୁଛନ୍ତି। ଜରିମାନା ଏବଂ ପୂର୍ବ ନିର୍ଦ୍ଦେଶର ସଂଶୋଧନ ପାଇଁ ଅଧିକାରୀଙ୍କ ଦ୍ୱାରା ଦାୟର ଆବେଦନଗୁଡ଼ିକୁ ମଧ୍ୟ ଖାରଜ କରିଦେଇଛନ୍ତି କୋର୍ଟ । ଏହି ଅଧିକାରୀମାନେ ଅନୁପାଳନ ରିପୋର୍ଟ ବଦଳରେ ଦୁଇଟି ଆବେଦନ ଦାଖଲ କରି ସମୟ ନଷ୍ଟ କରିବାକୁ ଚେଷ୍ଟା କରିଥିବା କହଛନ୍ତି କୋର୍ଟ। ଏହି ମନୋଭାବ ଗମ୍ଭୀର ଦାୟିତ୍ୱହୀନତା ଏବଂ କୋର୍ଟ ପ୍ରତି ଅସମ୍ମାନ ଦର୍ଶାଉଛି

୨୦୨୩ ମସିହାରେ  ‘ଶହୀଦ ଭଗତ ସିଂହ ମିନି ପରିବହନ କଲ୍ୟାଣ ସଂଘ ପଞ୍ଜାବ ବନାମ ପଞ୍ଜାବ ରାଜ୍ୟମାମଲାରେ, କୋର୍ଟ ପରିବର୍ତ୍ତିତ ଯାନବାହନ ବିରୁଦ୍ଧରେ ନିୟମିତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଜାଣିପାରିଲେ ଯେ କିଛି ମାସ ଧରି ଏପରି ଯାନବାହନ ବିରୁଦ୍ଧରେ କୌଣସି ଅଭିଯାନ କରାଯାଇ ନଥିଲା, କିମ୍ବା ଚାଲାଣ ଜାରି କରାଯାଇ ନଥିଲା।

କୋର୍ଟ ବର୍ତ୍ତମାନ ସମସ୍ତ ଅଧିକାରୀମାନଙ୍କୁ ସେମାନଙ୍କର ଅନୁପାଳନ ରିପୋର୍ଟ ବ୍ୟକ୍ତିଗତ ଭାବରେ ଦାଖଲ କରିବାକୁ ଏବଂ 2 ଲକ୍ଷ ଜରିମାନା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବ

Scroll to Top