ନୂଆଦିଲ୍ଲୀ ୨୭।୧୦: ଆମେରିକା ନୌସେନା ପ୍ରାଶାନ୍ତ ସ୍କ୍ୱାଡ୍ରନ ସୋମବାର ଏକ ବୟାନରେ କହିଛି ଯେ ବିମାନ ବାହକ ପୋତ ୟୁଏସଏସ ନିମିତଜ୍ ର ଏକ ଯୁଦ୍ଧ ବିମାନ ଓ ଏକ ହେଲିକପ୍ଟର ମାତ୍ର ୩୦ ମିନିଟ୍ ବ୍ୟବଧାନରେ ଦୁର୍ଘଟଣାରେ ନଷ୍ଟ ହୋଇଯାଇଛି। ତେବେ ହେଲିକପ୍ଟର ଓ ଫାଇଟର ଜେଟ୍ ର ପାଇଲଟ ଏବଂ ଚାଳକ ଦଳ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣା ବିଶ୍ୱର ସବୁଠୁ ଉତ୍ତେଜନାପୂର୍ଣ୍ଣ ସ୍ଥାନ ଦକ୍ଷିଣ ଚୀନ୍ ସାଗରରେ ରବିବାର ହୋଇଛି।
ସ୍କ୍ୱାଡ୍ରନ ପକ୍ଷରୁ ବୟାନରେ କୁହାଯାଇଛି ଯେ ଏମଏଚ୍-୬୦ଆର ସିହକ୍ ହେଲିକପ୍ଟରର ୩ ଚାଳକ ଦଳ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେହିପରି ଏଫଏ-୧୮ସୁପର ହର୍ଣ୍ଣେଟ ଫାଇଟର ଜେଟ୍ ରୁ ଦୁଇ ଏଭିଏଟର ସୁରକ୍ଷିତ ବାହାରି ଯାଇଛନ୍ତି, ଯେଉଁମାନଙ୍କୁ ସଫଳତା ପୂର୍ବକ ଉଦ୍ଧାର କରାଯାଇଛି। ବୟାନରେ କୁହାଯାଇଛି ଯେ ଦୁଇ ଦୁର୍ଘଟଣାର କାରଣ ଯାଞ୍ଚ କରାଯାଉଛି। ଦୁର୍ଘଟଣା ଯେଉଁ ଅଞ୍ଚଳରେ ଘଟିଛି ତାହା ବାସ୍ତବିକ ସମ୍ବେଦନଶୀଳ ଅଞ୍ଚଳ ଏଠାରେ ଚୀନ୍ ଓ ଆମେରିକା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି।
South China Sea – On October 26, 2025 at approximately 2:45 p.m. local time, a U.S. Navy MH-60R Sea Hawk helicopter, assigned to the “Battle Cats” of Helicopter Maritime Strike Squadron (HSM) 73 went down in the waters of the South China Sea while conducting routine operations
— U.S. Pacific Fleet (@USPacificFleet) October 26, 2025
ୟୁଏସ୍ ପେସିଫିକ ଫ୍ଲିଟ୍ ବୟାନରେ ସମସ୍ତ ୫ କ୍ରୁ ମେମ୍ବର ସୁରକ୍ଷିତ ଥିବା ଓ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି। ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏହା ହେଲା କେମିତି? ତେବେ ନୌସେନା ଦୁର୍ଘଟଣାର କାରଣ ଜାଣିବା ପାଇଁ ଯାଞ୍ଚ କରାଯାଉଥିବା କହିଛି। ହୁଏତ ବୈଷୟିକ ତ୍ରୁଟି ଅଥବା ପାଣିପାଗ ଜନିତ ସମସ୍ୟା କିମ୍ବା ମାନବିକ ତ୍ରୁଟି ଥାଇପାରେ ବୋଲି ଆଶଙ୍କା କରାଯାଉଛି। ୟୁଏସଏ ନିମିତଜ୍ ଏମିତି ସେମିତି ବିମାନବାହୀ ପୋତ ନୁହେଁ। ୧୯୭୫ ମସିହାରୁ ଏହା ଆମେରିକା ନୌସେନାର ଗୌରବ ହୋଇ ରହି ଆସିଛି।
ଜାହାଜଟି ଚଳିତବର୍ଷ ମଧ୍ୟପ୍ରାଚ୍ୟରେ ଥିଲା। ୟେମେନର ହୁତୀ ବିଦ୍ରୋହୀଙ୍କ ଆକ୍ରମଣର ଜବାବ ଦେବାକୁ ଏହା ମୁତୟନ ଥିଲା। ଏବେ ଏହା ୱାସିଂଟନ ନାଭାଲ ବେସ୍ କିଟସ୍ୟାପ୍ କୁ ଫେରୁଛି। ଯୁଦ୍ଧ ଜାହାଜର ଏହା ଶେଷ ମିସନ। କାରଣ ୨୦୨୬ରେ ଏହାକୁ ରିଟାୟାର କରିଦିଆଯିବ। ଏହାର ସ୍ଥାନ ଫୋର୍ଡକ୍ଲାସ୍ କ୍ୟାରିୟର ନେବେ। ତେବେ ଏପରି ଦୁର୍ଘଟଣା ପୁରୁଣା ଜାହାଜଙ୍କ ମେଣ୍ଟେନାନ୍ସ ସମସ୍ୟା ଆଡକୁ ଇସାରା କରୁଛି।




