ମନ୍ଦିରକୁ ଖାଲି ପାଦରେ କାହିଁକି ଯାଆନ୍ତି ? ଜାଣିରଖନ୍ତୁ ନହେଲେ ପଡିବ କୁପ୍ରଭାବ…
Published By: Simran – Prameya-News7 Bureau | October 27, 2025 01:37 PM
NEWS7
ନୂଆଦିଲ୍ଲୀ ୨୭।୧୦; ହିନ୍ଦୁ ଧର୍ମରେ କୌଣସି ଦେବାଳୟ ଅବା ଧାର୍ମିକ ପ୍ରତିଷ୍ଠାନ ମଧ୍ୟକୁ ଖାଲି ପାଦରେ ଯିବାର ପରମ୍ପରା ରହିଛି । ଅନ୍ୟ ଧର୍ମରେ ମଧ୍ୟ ପୂଜା ସ୍ଥଳକୁ ଖାଲି ପାଦରେ ଯିବାର ନିୟମ ରହିଛି । ତେବେ ମନ୍ଦିର ମଧ୍ୟକୁ କାହିଁକି ଖାଲି ପାଦରେ ଯିବାର ନିୟମ ରହିଛି?
ଏହା ପଛରେ ରହିଛି କେତେକ ସୂକ୍ଷ୍ମ ତଥା ସରଳ କାରଣ । ଜୋତା,ଚପଲ ବା ଅନ୍ୟ କୌଣସି ପଶୁ ଚମଡ଼ାରେ ତିଆରି ଜିନିଷ ମନ୍ଦିର ମଧ୍ୟକୁ ନେଇଯିବା ଅନୁଚିତ । ମନ୍ଦିରର ଅଧିଷ୍ଠାତା ଦେବଦେବୀଙ୍କ ପ୍ରତି ଏହା ସର୍ବନ୍ୟୁନ ସମ୍ମାନ ଭାବ ଅଟେ । ମନ୍ଦିର ପରିସରକୁ ପରିଷ୍କାର ଶୁଦ୍ଧ ରଖିବାର ଏହା ଏକ ଅତି ସରଳ ଉପାୟ ମଧ୍ୟ । ଅନ୍ୟପକ୍ଷରେ ଆମେ ଯେତେବେଳେ ଖାଲି ପାଦରେ ମନ୍ଦିର ପରିସରକୁ ପ୍ରବେଶ କରୁ ଏହାର ଆଧ୍ୟାତ୍ମିକ ଶକ୍ତି ବା ଉର୍ଜା ଆମର ପାଦ ଦେଇ ଶରୀର ମଧ୍ୟକୁ ପ୍ରବେଶ କରିବା ସହଜ ସାଧ୍ୟ ହୋଇଥାଏ । ମନ୍ଦିର ମଧ୍ୟକୁ ପ୍ରବେଶ କଲାବେଳେ ଖାଲି ଚପଲ ନୁହେଁ, ନିଜକୁ ଯେତେ ବସ୍ତୁମୁକ୍ତ ରଖିହେବ ତାହା ପ୍ରତି ଯତ୍ନବାନ୍ ହେବା ଉଚିତ । ଏହା ଦ୍ୱାରା ମନ ଅହଙ୍କାର ମୁକ୍ତ ହୋଇ ହାଲ୍କା ଅନୁଭବ ହେବ ଏବଂ ଈଶ୍ୱରଙ୍କ ପ୍ରତି ମନ,ଶରୀର,ପ୍ରାଣକୁ ଉନ୍ମୁକ୍ତ କରିହେବ ।




