ଡାକ୍ତର ହେବା ଆଶାରେ ଯାଇଥିଲେ, ହେଲେ ନିଜେ ଶବ ହୋଇ ଫେରିବେ

ଡାକ୍ତର-ହେବା-ଆଶାରେ-ଯାଇଥିଲେ,-ହେଲେ-ନିଜେ-ଶବ-ହୋଇ-ଫେରିବେ

ଡାକ୍ତର ହେବା ଆଶାରେ ଯାଇଥିଲେ, ହେଲେ ନିଜେ ଶବ ହୋଇ ଫେରିବେ

Published By: Ruby – Prameya-News7 Bureau | October 26, 2025 12:35 PM

NEWS7

Ganjam News

ଦିଗପହଣ୍ଡି୧୦: ରାଜସ୍ଥାନ କୋଟାରେ ପୁଣି ଜଣେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ । ନିଟ୍ କୋଚିଂ ନେଉଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅଭୟପୁର ଗାଁର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ନିଟ୍ କୋଚିଂ ନେବାପାଇଁ ସେ ରାଜସ୍ଥାନର କୋଟାକୁ ଯାଇଥିଲେ । ଛାତ୍ର ଜଣକ ପାତ୍ରପୁର ବ୍ଲକ୍ ଜରଡ଼ା ପଞ୍ଚାୟତ ଅଭୟପୁର ଗ୍ରାମର ରାଧେଶ୍ୟାମ ପାତ୍ରଙ୍କ ପୁଅ ରୋକୁମାର ପାତ୍ର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜରଡ଼ା ପଞ୍ଚାୟତ ଅଭୟପୁର ଗ୍ରାମର ରୋଶନ କୁମାର ପାତ୍ର ଗତ ବର୍ଷ ଠାରୁ କୋଟାରେ ରହି ଏକ ଅନୁଷ୍ଠାନରେ ନିଟ୍ ପାଇଁ କୋଚିଂ ନେଉଥିଲେ । ସେ ରହୁଥିବା ରୁମ୍‌ରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ଏ ନେଇ ଖବର ପାଇ ତାଙ୍କ ବାପା ଏବଂ କକା କୋଟା ଅଭିମୁଖେ ବାହାରିଛନ୍ତି । ପରିବାର ଲୋକ ସେଠାରେ ପହଞ୍ଚିବା ପରେ ରୋଶନଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି ।

Scroll to Top