କୋରାପୁଟ କଫିର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, କହିଲେ – କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ
Published By: Kirti – Prameya-News7 Bureau | October 26, 2025 12:22 PM
NEWS7
ନୂଆଦିଲ୍ଲୀ ୨୬।୧୦ : ୧୨୭ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ କୋରାପୁଟ କଫିର ପ୍ରସଂଶା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ୱାଦିଷ୍ଟ, କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ । ଚାକିରି ଛାଡ଼ି କଫି ଚାଷରେ ଅନେକ ମନ ବଳାଉଛନ୍ତି । କଫି ଚାଷରେ ମହିଳାଙ୍କ ସହଭାଗିତାକୁ ମୋଦି ଭୁରି ଭୁରି ପ୍ରଶଂସା କରିଛନ୍ତି । ମନ୍ କୀ ବାତ୍ ରେ ଛଟ୍ ପର୍ବର ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଛଟ୍ ପର୍ବ ଏକତାର ପ୍ରତୀକ ।
ସେହିପରି ପ୍ରଧାନମନ୍ତ୍ରୀ ମନ୍ କୀ ବାତ୍ ରେ GST ବଚତ୍ ଉତ୍ସବ, ସର୍ଦ୍ଦାର ପଟେଲର ୧୫୦ତମ ଜୟନ୍ତୀ, ରନ୍ ଫର୍ ୟୁନିଟି ଭଳି ପ୍ରସଙ୍ଗ ସ୍ଥାନ ପାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି GSTକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି, ବଜାରରେ ସ୍ୱଦେଶୀ ଜିନିଷ ପ୍ରତି ଆଗ୍ରହ ବଢିବାରେ ଲାଗିଛି। ପ୍ରଗତି ପଥେ ଆଗେଇ ଚାଲିଛି ଦେଶ ।




