କାଳୀପୂଜା ମେଳାରେ ଚୋରି କରୁଥିଲେ ସ୍ୱାମୀ-ସ୍ତ୍ରୀ, କାବୁକରିଲା ପୋଲିସ
Published By: Kirti – Prameya-News7 Bureau | October 26, 2025 11:13 AM
NEWS7
ଭଦ୍ରକ ୨୬।୧୦ : କାଳୀପୂଜା ମେଳାରେ ଚୋରି କରୁଥିଲେ ସ୍ୱାମୀ-ସ୍ତ୍ରୀ । ବେକରୁ ଲକେଟ କାଟି ନେଉଥିବା ବେଳେ ମାଡ଼ିବସିଲା ଭଦ୍ରକ ଜିଆର୍ପି । ଭଦ୍ରକ କାଳୀପୂଜାରେ ଭିଡ଼ ଭିତରେ ଲୁଟ୍ କରୁଥିବା ବେଳେ ପୋଲିସ ଚୋରକୁ କାବୁ କରିଛି ।
ଖବର ଅନୁଯାୟୀ, ଚରମ୍ପା ଠାରେ ଚାଲିଛି କାଳୀପୂଜା ମେଳା । ଏଥିରେ ପୋଲିସ ଓ ରେଳବାଇ ପୋଲିସ ସହ ସାଧା ପୋଷାକରେ ପୋଲିସ ପଇଁତରା ମାରୁଛନ୍ତି। ଏହି ମେଳାରେ ସନ୍ଦେହଜନକ ଭାବେ ଜିଆରପି ଦୁଇ ଜଣଙ୍କୁ ପିଛା କରିଥିଲା। ସ୍ବାମୀ ଓ ସ୍ତ୍ରୀ ଦୁଇ ଜଣ ଭିଡରେ ଶ୍ରଦ୍ଧାଳୁଙ୍କ ବେକରୁ ଲକେଟ୍ କାଟି ଫେରାର ମାରୁଥିଲେ। ଯାହାକୁ ଦେଖି ଜିଆରପି କର୍ମଚାରୀ ମାଡ଼ି ବସିଥିଲେ । ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ଲକେଟ୍ ଉଦ୍ଧାର ହୋଇଛି ।ଏହାସହିତ ଏହି ଲୁଟ୍ କେସ୍ରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍ଭିନ୍ଜାରି ରଖିଛି ପୋଲିସ।




