ଦିଲ୍ଲୀ ନିଶ୍ୱାସରେ ବିଷ; ୪୦୦ ଅତିକ୍ରମ କଲା AQI, ଅନେକ ଅଞ୍ଚଳରେ ରେଡ ଆଲର୍ଟ

ଦିଲ୍ଲୀ-ନିଶ୍ୱାସରେ-ବିଷ;-୪୦୦-ଅତିକ୍ରମ-କଲା-aqi,-ଅନେକ-ଅଞ୍ଚଳରେ-ରେଡ-ଆଲର୍ଟ

ନୂଆଦିଲ୍ଲୀ ୨୬।୧୦; ଦିଲ୍ଲୀ-ଏନସିଆରରେ ଥଣ୍ଡା ବୃଦ୍ଧି ପାଇବା ସହିତ ବାୟୁ ଗୁଣବତ୍ତା କ୍ରମଶଃ ବିଷାକ୍ତ ହେବାରେ ଲାଗିଛି। ଦିଲ୍ଲୀରେ ଅନେକ ସ୍ଥାନରେ ଏକ୍ୟୁଆଇ ସ୍ତର ୪୦୦ ଅତିକ୍ରମ କରିଛି। ରବିବାର ସକାଳେ ଆନନ୍ଦ ବିହାରରେ ଏକ୍ୟୁଆଇ ୪୩୦ ରେକର୍ଡ କରାଯାଇଛି । ସେହିପରି ୱାଜିରପୁରରେ ଏହା ୪୦୬ ରହିଛି । ଦିଲ୍ଲୀ-ଏନସିଆରରେ ପ୍ରତି ଚାରି ପରିବାରରେ ତିନୋଟି ପରିବାର ପୂର୍ବରୁ ବିଷାକ୍ତ ବାୟୁର କୁପ୍ରଭାବ ଅନୁଭବ କରୁଛନ୍ତି ଯେପରିକି ଗଳା ଯନ୍ତ୍ରଣା ଏବଂ କାଶ ଠାରୁ ଆରମ୍ଭ କରି ଆଖି ଜଳିବା, ମୁଣ୍ଡବିନ୍ଧା ଏବଂ ନିଦ୍ରା ସମସ୍ୟା ଆଦି। ଏହା’ଲୋକାଲ୍ ସର୍କଲ୍ସ’ ଦ୍ୱାରା କରାଯାଇଥିବା ଏକ ଅନଲାଇନ୍ ସର୍ଭେ ଦ୍ୱାରା ଏହା ପ୍ରକାଶ ପାଇଛି।

ରବିବାର ସକାଳେ ଦିଲ୍ଲୀ-ଏନସିଆର ଆକାଶରେ ଧୂଆଁର ଆବରଣ ଘୋଡ଼ାଇ ହୋଇଯାଇଥିଲା। ସକାଳ ୬ଟାରେ ଦିଲ୍ଲୀର ହାରାହାରି ଏକ୍ୟୁଆଇ ସ୍ତର ୩୨୦ ରେକର୍ଡ କରାଯାଇଥିଲା। CPCB ତଥ୍ୟ ଅନୁଯାୟୀ, ଆନନ୍ଦ ବିହାରରେ ସକାଳ ୬ଟାରେ ଏକ୍ୟୁଆଇ ୪୩୦ ରେକର୍ଡ କରାଯାଇଥିଲା, ଯାହା ସମସ୍ତ ମନିଟରିଂ ଷ୍ଟେସନ ମଧ୍ୟରେ ସର୍ବାଧିକ। ସେହିପରି ୱାଜିରପୁରରେ AQI ସ୍ତର ୪୦୬ ରେକର୍ଡ କରାଯାଇଥିଲା।

ବିବେକ ବିହାରରେ ୩୭୨, ସୋନିଆ ବିହାରରେ ୩୨୯, ଶାଦିପୁରରେ ୩୩୪, ରୋହିଣୀରେ ୩୫୯, ପଞ୍ଜାବୀ ବାଗରେ ୩୫୨, ପାଦପାଦ ଗଞ୍ଜରେ ୩୩୮, ନେହେରୁ ନଗରରେ ୩୩୪, ମୁଣ୍ଡକାରେ ୩୫୩, ଜାହାଙ୍ଗୀରପୁରୀରେ ୩୭୨ ଏବଂ ଚାନ୍ଦନୀ ଚୌକରେ ୩୭୫ ରେକର୍ଡ କରାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଦୀପାବଳି ପରେ ଦିଲ୍ଲୀ-NCRରେ ପିଏମ ୨.୫ କଣିକା ସ୍ତର ପ୍ରତି ଘନ ମିଟରରେ ୪୮୮ ମାଇକ୍ରୋଗ୍ରାମରେ ପହଞ୍ଚିଛି, ଯାହା ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବାଧିକ ଏବଂ ପର୍ବ ପୂର୍ବ ସ୍ତର ୧୫୬.୬ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର ତୁଳନାରେ ତିନି ଗୁଣ ଅଧିକ।

Scroll to Top