ନାବାଳିକା ଦୁଷ୍କର୍ମ ମାମଲାରେ ଝାଡ଼ଖଣ୍ଡ ଟିମ୍‌ ତନାଘନା, ପୀଡ଼ିତାଙ୍କ ବୟାନ ରେକର୍ଡ ସୂଚନା

ନାବାଳିକା-ଦୁଷ୍କର୍ମ-ମାମଲାରେ-ଝାଡ଼ଖଣ୍ଡ-ଟିମ୍‌-ତନାଘନା,-ପୀଡ଼ିତାଙ୍କ-ବୟାନ-ରେକର୍ଡ-ସୂଚନା

ନାବାଳିକା ଦୁଷ୍କର୍ମ ମାମଲାରେ ଝାଡ଼ଖଣ୍ଡ ଟିମ୍‌ ତନାଘନା, ପୀଡ଼ିତାଙ୍କ ବୟାନ ରେକର୍ଡ ସୂଚନା

Published By: Ruby – Prameya-News7 Bureau | October 24, 2025 04:52 PM

NEWS7

Jhadkhand Team

ଭୁବନେଶ୍ବର ୧୦: ଭୁବନେଶ୍ବର କ୍ୟାପିଟାଲ ଥାନାରେ ଝାଡ଼ଖଣ୍ଡ ଚାଇଲ୍ଡ କମିସନଙ୍କ ଟିମ୍ । ଭୁବନେଶ୍ୱରରେ ଝାଡ଼ଖଣ୍ଡ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ କ୍ୟାପିଟାଲ ଥାନାରେ ପହଞ୍ଚିଲେ ଝାଡ଼ଖଣ୍ଡ ଟିମ୍ I କେମିତି ଓ କେଉଁ ପରିସ୍ଥିତିରେ ଘଟଣା ଘଟିଲା ସେନେଇ ଝାଡ଼ଖଣ୍ଡ ଟିମ୍ ଖୋଳତାଡ଼ କରୁଛି I ଝାଡ଼ଖଣ୍ଡ ଚାଇଲ୍ଡ କମିସନଙ୍କ ୩ ଜଣ JSCPCR (Jhadkhand state commision for protection of chlid rights ) ସଦସ୍ୟ ଓ ଓଡ଼ିଶା ଚାଇଲ୍ଡ କମିସନ ମେମ୍ବର ସୁଜାତା ନାୟକ ଓ କ୍ୟାପିଟାଲ ଥାନା ପୋଲିସ ସହ ଗୁରୁତ୍ୱପୂର୍ଣ ଆଲୋଚନା କରିଛନ୍ତି I

ଏ ସମସ୍ତ ଟିମ୍ ନାବାଳିକା ରହୁଥିବା ସ୍ବଧାରଗୃହକୁ ଯାଇ ପଚରା ଉଚରା କରୁଛନ୍ତି I ନାବାଳିକା ପୀଡ଼ିତାଙ୍କ  ବୟାନକୁ ରେକର୍ଡ କରିବା ସହ ଝାଡ଼ଖଣ୍ଡ ଟିମ୍ ସମସ୍ତ ରେକର୍ଡ କ୍ୟାପିଟାଲ ଥାନା ପୋଲିସ ଠାରୁ ନେଇଥିବା ସୂଚନା ମିଳିଛି I

Scroll to Top