ବିଳାଶପୂର୍ଣ୍ଣ କାର କିଣିଲେ ଫରହାନ ଅଖତର, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବିଳାଶପୂର୍ଣ୍ଣ-କାର-କିଣିଲେ-ଫରହାନ-ଅଖତର,-ଦାମ୍-ଜାଣିଲେ-ହୋଇଯିବେ-ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ ୨୪।୧୦; ଅଭିନେତା-ଚଳଚ୍ଚିତ୍ର ନିର୍ମାତା ସହ ସଂଗୀତଜ୍ଞ ଫରହାନ ଅଖତର । ସେ ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ବେଶ୍‌ ଜଣାଶୁଣା। ଏବେ ଏକ ନୂତନ ବିଳାସପୂର୍ଣ୍ଣ କାର, Mercedes Maybach GLS600 କିଣିଛନ୍ତି। ତାଙ୍କୁ ତାଙ୍କ ପତ୍ନୀ ଶିବାନୀ ଦାଣ୍ଡେକରଙ୍କ ସହିତ ମୁମ୍ବାଇରେ ଦେଖିବାକୁ ମିଳିଥିଲା।

ଫରହାନ ଖାନଙ୍କ ବିଳାସପୂର୍ଣ୍ଣ କାର

ଏହି କାରର ମୂଲ୍ୟ ପ୍ରାୟ ୩.୧୫ କୋଟି ହେବ ବୋଲି ଆକଳନ କରାଯାଇଛି। ସେ ଦୀପାବଳି ପାଇଁ ଏହି ନୂତନ କାର କିଣିଥିଲେ। ଏହା ଉଲ୍ଲେଖନୀୟ ଯେ ଦୀପିକା ପାଦୁକୋନ, ରଣବୀର ସିଂହ, ଆୟୁଷ୍ମାନ ଖୁରାନା, କୃତି ସାନନ୍ ଏବଂ ଅର୍ଜୁନ କପୁରଙ୍କ ଭଳି ଷ୍ଟାରମାନେ ମଧ୍ୟ Mercedes Maybach କାରର ମାଲିକ।

କହିବାକୁ ଗଲେ ଫରହାନ ଅଖତରଙ୍କର ମୋଟ ସମ୍ପତ୍ତି ୧୪୮ କୋଟି ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, ନିର୍ଦ୍ଦେଶନା, ଅଭିନୟ ଏବଂ ସଙ୍ଗୀତ ମାଧ୍ୟମରେ ନିଜର ରୋଜଗାର କରନ୍ତି। ସେ ଏକ ପ୍ରଡକ୍ସନ ହାଉସ ମଧ୍ୟ ଚଳାନ୍ତି।

Scroll to Top