ଆଉ ଶୁଣିବାକୁ ମିଳିବନି ‘ମିଲେ ସୁର ମେରା ତୁମ୍‌ହାରା’ ଭଳି ବିଜ୍ଞାପନ, ଚାଲିଗଲେ ଆଡ ଗୁରୁ ପୀୟୁଷ ପାଣ୍ଡେ

ଆଉ-ଶୁଣିବାକୁ-ମିଳିବନି-‘ମିଲେ-ସୁର-ମେରା-ତୁମ୍‌ହାରା’-ଭଳି-ବିଜ୍ଞାପନ,-ଚାଲିଗଲେ-ଆଡ-ଗୁରୁ-ପୀୟୁଷ-ପାଣ୍ଡେ

ନୂଆଦିଲ୍ଲୀ ୨୪/୧୦: ମିଲେ ସୁର ମେରା ତୁମହାରା । ‘ଅବ୍‌କି ବାର ମୋଦୀ ସରକାର’ । ‘ହାମରା ବଜାଜ’, ‘କୁଛ ଖାସ୍ ହେ ଜିନ୍ଦେଗି ମେଁ’ ଏବଂ ‘ଥଣ୍ଡା ମତ୍‌ଲବ କୋକା କୋଲା’ । ଏସବୁ ଏବେ ପାଲଟିଯିବ ଇତିହାସ । କାରଣ ଏସବୁର ସ୍ରଷ୍ଟା ଏବେ ପରପାରୀରେ । ନୀରବି ଯାଇଛି ଖ୍ୟାତନାମା ବିଜ୍ଞାପନ ଗୁରୁଙ୍କ ସ୍ୱର । କାରଣ ପୀୟୁଷ ପାଣ୍ଡେଙ୍କର ହୋଇଛି ଦେହାନ୍ତ ।

Deeply deeply saddened and devastated at the loss of the genius that my dearest friend Piyush Pandey was. India has not lost a just a great advertising mind but a true patriot and a fine fine gentleman. Now the heavens will dance to Mile Sur Mera Tumhara.

— SUHEL SETH (@Suhelseth) October 24, 2025

ଚାରି ଦଶନ୍ଧିରୁ ଅଧିକ ସମୟ ପାଇଁ ଓଗିଲଭି ଇଣ୍ଡିଆ ସହିତ କାମ କରିଥିଲେ। ସେ ୧୯୮୨ ମସିହାରେ ଓଗିଲଭିରେ ଯୋଗ ଦେଇଥିଲେ । ୨୭ ବର୍ଷ ବୟସରେ ସେ ଇଂରାଜୀ ପ୍ରାଧାନ୍ୟ ବିଶିଷ୍ଟ ବିଜ୍ଞାପନ ଶିଳ୍ପରେ ପ୍ରବେଶ କରିଥିଲେ  । ଆଉ ସବୁଦିନ ପାଇଁ ବଦଳାଇ ଦେଇଥିଲେ ଟ୍ରେଣ୍ଡ । ତେବା ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ବ୍ୟବସାୟୀ ସୋହେଲ ସେଠ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶୋକ ପ୍ରକାଶ କରିଥିଲେ । ସେ ଲେଖିଛନ୍ତି, “ମୋର ପ୍ରିୟ ବନ୍ଧୁ ପୀୟୁଷ ପାଣ୍ଡେଙ୍କ ଭଳି ଜଣେ ପ୍ରତିଭାଙ୍କ ମୃତ୍ୟୁରେ ମୁଁ ଗଭୀର ଦୁଃଖିତ ।

Fevicol ka jod toot gaya. The ad world lost its glue today. Go well Piyush Pandey.

— Hansal Mehta (@mehtahansal) October 24, 2025

ମୋ ହୃଦୟ ଭାଙ୍ଗି ପଡ଼ିଛି। ଭାରତ କେବଳ ଜଣେ ମହାନ ବିଜ୍ଞାପନ ମନକୁ ହରାଇ ନାହିଁ, ବରଂ ଜଣେ ପ୍ରକୃତ ଦେଶପ୍ରେମୀ ଏବଂ ପ୍ରକୃତରେ ଜଣେ ଚମତ୍କାର ମଣିଷକୁ ମଧ୍ୟ ହରାଇଛି।” ସୋହେଲ ସେଠ୍ ଆହୁରି କହିଛନ୍ତି ଯେ ଏବେ ସ୍ୱର୍ଗରେ ମିଲେ ସୁର ମେରା ତୁମହାରା ଶୁଣିବାକୁ ମିଳିବ । ଚଳଚ୍ଚିତ୍ର ନିର୍ମାତା ହଂସଲ ମେହେଟା ଲେଖିଛନ୍ତି, “ଫେଭିକଲ୍ ବନ୍ଧନ ଭାଙ୍ଗି ଯାଇଛି । ଆଜି, ବିଜ୍ଞାପନ ଜଗତ ତାର ଅଙ୍କୁଶ ହରାଇଲା । ପୀୟୁଷ ପାଣ୍ଡେ, ତୁମର ମଙ୍ଗଳ ହେଉ।” 

Truly at a loss for words to express my sadness at the demise of Padma Shri Piyush Pandey.

A phenomenon in the world of advertising, his creative genius redefined storytelling, giving us unforgettable and timeless narratives.

To me, he was a friend whose brilliance shone… pic.twitter.com/t6ZDSViCrS

— Piyush Goyal (@PiyushGoyal) October 24, 2025

କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, “ପଦ୍ମଶ୍ରୀ ପୀୟୁଷ ପାଣ୍ଡେଙ୍କ ଦେହାନ୍ତରେ ମୋର ଦୁଃଖ ପ୍ରକାଶ କରିବା ପାଇଁ ମୋ ପାଖରେ କୌଣସି ଶବ୍ଦ ନାହିଁ। ବିଜ୍ଞାପନ ଜଗତର ଜଣେ ମହାନ ବ୍ୟକ୍ତି, ତାଙ୍କର ସୃଜନଶୀଳ ପ୍ରତିଭା କାହାଣୀ କହିବାକୁ ପୁନଃପରିଭାଷିତ କରିଥିଲେ । ଆମକୁ ସ୍ମରଣୀୟ ଏବଂ ସ୍ଥାୟୀ କାହାଣୀ ଦେଇଥିଲେ।”

ସେ ଆହୁରି କହିଛନ୍ତି, “ମୋ ପାଇଁ, ସେ ଜଣେ ବନ୍ଧୁ ଥିଲେ ଯାହାଙ୍କ ପ୍ରତିଭା ତାଙ୍କ ସତ୍ୟ, ଉଷ୍ମତା ଏବଂ ବୁଦ୍ଧିରେ ଝଲସୁଥିଲା। ମୁଁ ସର୍ବଦା ତାଙ୍କ ସହିତ ମୋର ଆକର୍ଷଣୀୟ ଆଲୋଚନାକୁ ସ୍ମରଣ କରିବି। ସେ ଏକ ଗଭୀର ଶୂନ୍ୟସ୍ଥାନ ଛାଡି ଯାଇଛନ୍ତି ଯାହାକୁ ପୂରଣ କରିବା କଷ୍ଟକର ହେବ। ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରିୟଜନଙ୍କ ପ୍ରତି ମୋର ଗଭୀର ସମବେଦନା।”

Scroll to Top