ବିବାହ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ବିଳମ୍ବ ହେଲା ବୋଲି ABDOଙ୍କୁ ଆକ୍ରମଣ, ଥାନାରେ ଏତଲା

ବିବାହ-ପ୍ରମାଣପତ୍ର-ଯାଞ୍ଚ-ପ୍ରକ୍ରିୟା-ବିଳମ୍ବ-ହେଲା-ବୋଲି-abdoଙ୍କୁ-ଆକ୍ରମଣ,-ଥାନାରେ-ଏତଲା

Published By: Ruby – Prameya-News7 Bureau | October 24, 2025 12:04 PM

NEWS7

ABDO

ବୌଦ୍ଧ ୧୦: ସରକାରୀ କାର୍ଯ୍ୟାଳୟରେ ପଶି ଅଧିକାରୀଙ୍କୁ ଆକ୍ରମଣ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଲହୁଲୁହାଣ ହେଲେ ବୌଦ୍ଧ ABDO । ବୌଦ୍ଧ ବ୍ଲକ ABDO ସୁଦାମ ଚରଣ ସାମଲଙ୍କୁ ଆକ୍ରମଣ କରି ଫେରାର ମାରିଛି ଦୁର୍ବୃତ୍ତ । ଡାଙ୍ଗପଡ଼ା ଗ୍ରାମର ଅନନ୍ତ ବାଘ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ABDO ଦୁର୍ବୃତ୍ତ । ବିବାହ ପ୍ରମାଣପତ୍ର ଯାଞ୍ଚ ମାମଲା ନେଇ ଦୁର୍ବୃତ୍ତ ଆକ୍ରମଣ କରିଥିବା ସୂଚନା ମିଳିଛି । ଆଦର୍ଶ ଥାନାରେ ଏତଲା ଦେଲେ ABDO ସୁଦାମ ସାମଲ । ଏତଲା ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ABDOଙ୍କ ଅଭିଯୋଗ ଅନୁଯାୟୀ, ଡାଙ୍ଗପଡ଼ା ଗ୍ରାମର ଅନନ୍ତ ବାଘ ତାଙ୍କ ଝିଅର ବିବାହ ପ୍ରମାଣପତ୍ର ବ୍ଲକ କାର୍ଯ୍ୟାଳୟରୁ ପାଇଥିଲେ ସେହି ପ୍ରମାଣପତ୍ରରେ ସେ ଶ୍ରମିକ ମାନଙ୍କ ଝିଅ ବିବାହ ନେଇ ସରକାରୀ ପ୍ରୋତ୍ସାହନ ରାଶି ପାଇବା ପାଇଁ ଶ୍ରମ କାର୍ଯ୍ୟାଳୟରେ ଆବେଦନ କରିଥିବା ବେଳେ ତାଙ୍କ ବିବାହ ପ୍ରମାଣପତ୍ରକୁ ଶ୍ରମ ଅଧିକାରୀ ବ୍ଲକ କାର୍ଯ୍ୟାଳୟକୁ ଯାଞ୍ଚ ପାଇଁ ପଠାଇଥିଲେ । ତେବେ ଏହି ଯାଞ୍ଚ ପ୍ରକ୍ରିୟା ଟିକେ ବିଳମ୍ବ ହେବାରୁ ଅନନ୍ତ ବାଘ ଅଚାନକ ଭାବେ ABDOଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ଆକ୍ରମଣ କରିଥିଲେ ଯେଉଁଥିରେ ABDOଙ୍କ ନାକରୁ ରକ୍ତ ବାହାରିଥିବା ବେଳେ ତାଙ୍କ ମୁହଁରେ ମଧ୍ୟ ମାଡ଼ ବାଜିଥିଲା । ତେବେ ABDOଙ୍କୁ ତାଙ୍କ ସହକର୍ମୀ ମାନେ ଉଦ୍ଧାର କରି ମେଡିକାଲ ଆଣିଥିବା ବେଳେ ସେଠାରେ ସେ ଚିକିତ୍ସିତ ହୋଇ ବୌଦ୍ଧ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି । ଏତଲା ଆଧାରରେ ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।

Scroll to Top