ବିଶ୍ଵକପ୍ ସେମିରେ ଭାରତୀୟ ଟିମ୍, ହାଇ ସ୍କୋରିଂ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଦେଲା ମାତ୍

ବିଶ୍ଵକପ୍-ସେମିରେ-ଭାରତୀୟ-ଟିମ୍,-ହାଇ-ସ୍କୋରିଂ-ମ୍ୟାଚ୍‌ରେ-ନ୍ୟୁଜିଲାଣ୍ଡକୁ-ଦେଲା-ମାତ୍

ବିଶ୍ଵକପ୍ ସେମିରେ ଭାରତୀୟ ଟିମ୍, ହାଇ ସ୍କୋରିଂ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଦେଲା ମାତ୍

Published By: Deepak – Prameya-News7 Bureau | October 23, 2025 11:33 PM

NEWS7

IND W vs NZ W

ନଭି ମୁମ୍ବାଇ: ଭାରତୀୟ ମହିଳା ଦଳ ଗୁରୁବାର ମହିଳା ବିଶ୍ଵକପ୍‌ର ନିଜର ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୫୩ ରନରେ ହରାଇଛି। ପ୍ରତିକା ରାଓ୍ଵଲ, ସ୍ମୃତି ମନ୍ଧାନା ଓ ଜେମିମା ରୋଡ୍ରିଗ୍ସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ଏହି ମ୍ୟାଚ୍ ଜିତି ପାରିଛି। ଏହି ବିଜୟ ସହ ମହିଳା ଦଳ ଚତୁର୍ଥ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ଲଗାତାର ତିନୋଟି ମ୍ୟାଚ୍ ହାରିବା ପରେ ଭାରତ ଏହି ମ୍ୟାଚ୍ ଜିତି ପାରିଛି।  ଭାରତ ପୂର୍ବରୁ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମହିଳା ଦଳ ସେମିରେ ନିଜର ସ୍ଥାନ ସୁନିଶ୍ଚିତ କରି ସାରିଛନ୍ତି।

ଡ. ଡିଓ୍ଵାଇ ପାଟିଲ୍ ସ୍ପୋର୍ଟ୍ସ ଏକାଡେମୀରେ ଖେଳା ଯାଇଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୯ ଓଭରରେ ତିନି ଓ୍ଵିକେଟ୍ ହରାଇ ୩୪୦ ରନ କରିଥିଲା।  ଭାରତ ପକ୍ଷରୁ ରାଓ୍ଵଲ ୧୨୨ ରନ, ମନ୍ଧାନା ୧୦୯ ରନ ଓ ଜେମିମା ୭୬ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଭାରତୀୟ ଇନିଂସ ସରିବା ପରେ ବର୍ଷା ଯୋଗୁଁ ଅଦା ଆଉଟ୍ ଫିଲ୍ଡ କାରଣରୁ ମ୍ୟାଚ୍ ବିଲମ୍ବରେ ଆରମ୍ଭ ହୋଇଥିଲା। ତେଣୁ ନ୍ୟୁଜିଲାଣ୍ଡକୁ ଡକଓ୍ଵର୍ଥ ଲୁଇସ ନିୟମ ଅନୁସାରେ ୪୪ ଓଭରରେ ୩୨୫ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୪ ଓଭରରେ ୮ ଓ୍ଵିକେଟ୍ ହରାଇ ୨୭୧ ରନ କରି ପାରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ବ୍ରୁକି ହେଲିଡେ ୮୧ ରନ କରିଥିଲେ।

Scroll to Top