ମୁମ୍ୱାଇ : ଜାହ୍ନବୀ କପୁର ଯେବେଠାରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଛନ୍ତି , ସେବେଠାରୁ ତାଙ୍କୁ ନେଇ ଖୁବ୍ ଗୁଜବ ଉଠିଛି ଯେ, ସେ ତାଙ୍କ ଲିପ୍ ସର୍ଜରୀ ସହ ଆହୁରି ଅନେକ ସର୍ଜରୀକୁ କରାଇଛନ୍ତି। ଜାହ୍ନବୀ ଏନେଇ କେବେ ଖୋଲାଖୋଲି କହି ନାହାଁନ୍ତି, କିନ୍ତୁ ଏବେ ସେ ତାଙ୍କର ନୀରବତା ଭାଙ୍ଗି କହିଛନ୍ତି ଯେ, ଏହା ସବୁ ମୂଲ୍ୟହୀନ। ପ୍ରକୃତରେ, ଜାହ୍ନବୀ ଏକ ଭିଡିଓ ଉପରେ ପ୍ରତିକ୍ରିୟା ଦେଇଛନ୍ତି , ଯେଉଁଥିରେ ଜଣେ ଡାକ୍ତର ଦାବି କରିଛନ୍ତି ଯେ, ତାଙ୍କ ମୁହଁରେ ଅନେକ କିଛି କରିଛନ୍ତି। ବିଶେଷକରି ବଫେଲୋ ପ୍ଲାଷ୍ଟି।
ବାସ୍ତବ କଥା ହେଲା , ଜାହ୍ନବୀ ଓ କରଣ ଜୋହର ଏକାଠି ଟ୍ଵିଙ୍କଲ ଏବଂ କାଜୋଲଙ୍କ ଶୋ‘ ‘ଟୁ ମଚ୍‘ରେ ଦେଖା ଦେଇ ଥିଲେ। ଏହି ସମୟରେ ଜାହ୍ନବୀ କହୁଛନ୍ତି , ମୁଁ ଏକ ଭିଡିଓ ଦେଖୁଲି ଯେଉଁଥିରେ ଜଣେ ବ୍ୟକ୍ତି ନିଜକୁ ଡାକ୍ତର ବୋଲି ଦାବି କରି କହୁଛନ୍ତି, ଆସନ୍ତୁ ରିଭ୍ୟୁ କରିବା ଯେ, ଏହି ବ୍ୟକ୍ତି ତାଙ୍କ ମୁହଁକୁ କ‘ଣ କରିଛନ୍ତି। ସେ ବି କିଛି ଏମିତି କହିଥିଲେ ବଫେଲୋ ପ୍ଲାଷ୍ଟି।
ଜାହ୍ନବୀଙ୍କ ଆହୁରି କହିଥିଲେ , ମୁଁ ଭାବୁଛି ଯେ ମୁଁ ଯାହା କରିଛି ତାହା ବହୁତ ବୁଝି ବିଚାରି ଏବଂ ସଠିକ୍ ଉପାୟରେ କରିଛି। ସୌଭାଗ୍ୟ ଯେ, ମୋ ମାଆ ମୋତେ ଗାଇଡ୍ କରିଥିଲେ। ମୁଁ ସେହି ସମସ୍ତ ଯୁବତୀମାନଙ୍କୁ କହିବାକୁ ଚାହୁଁଛି , ଯିଏବି ଏମିତି ଭିଡ଼ିଓ ଦେଖୁଛନ୍ତି ଏବଂ ସ୍ଥିର କରନ୍ତି ଯେ, ମୋତେ ବି ଏହି ବଫେଲା ପ୍ଲାଷ୍ଟି କରିବାର ଅଛି ଏବଂ କିଛି ଭୁଲ ହୋଇଯାଏ ତ ଏହାଠାରୁ ଖରାପ ଆଉ କିଛି ହୋଇ ନପାରେ। ଟ୍ରାନ୍ସପାରେନ୍ସି ବହୁତ ଜରୁରୀ।
ଜାହ୍ନବୀ ଜେନଜିରେ ବଡ଼ି ଇମେଜ୍ ଓ ସୋସିଆଲ ମିଡିଆକୁ ନେଇ ଚାପ ବିଷୟରେ କହିଥିଲେ। ସେ କହିଥିଲେ, “ମୁଁ ସେହି ଯୁବତୀମାନଙ୍କ ମଧ୍ଯରୁ ଜଣେ ଥିଲି, ଯେଉଁମାନେ ସୋସିଆଲ ମିଡିଆ ଦ୍ବାରା ବହୁତ ପ୍ରଭାବିତ ହୋଇଥିଲେ । ମୁଁ ଚାହୁଁନାହିଁ ଯେ, ଯୁବତୀମାନେ ଏହା ଦ୍ୱାରା ପ୍ରଭାବିତ ହୁଅନ୍ତୁ। ମୁଁ ଏଥିରେ ବିଶ୍ୱାସ କରୁଛି ଯେ, ଆପଣ ତାହା କରନ୍ତୁ , ଯେମିତି ଆପଣ , ଯେଉଁଥିରେ ଆପଣଙ୍କୁ ଖୁସି ଆସିବ।
ଆପଣଙ୍କୁ କହି ରଖୁଛୁ ଯେ , ବଫାଲୋ ପ୍ଲାଷ୍ଟି ଏକ କସମେଟିକ୍ ସର୍ଜରୀ ଯେଉଁଥିରେ ଉପର ଲିପ୍କୁ ଟିକିଏ ଉପରକୁ ଉଠାଇ ଦିଆଯାଏ




