ଉଚ୍ଚ ବ୍ୟକ୍ତିଙ୍କ ସହଯୋଗ ପାଇବେ, ଆବଶ୍ୟକତାଠାରୁ ଅଧିକ ବ୍ୟୟ ହେବ

ଉଚ୍ଚ-ବ୍ୟକ୍ତିଙ୍କ-ସହଯୋଗ-ପାଇବେ,-ଆବଶ୍ୟକତାଠାରୁ-ଅଧିକ-ବ୍ୟୟ-ହେବ

ମେଷଶୁକ୍ରବାର ଆପଣଙ୍କର ସ୍ୱାସ୍ଥ୍ୟ ହାନୀର ଯୋଗ ରହୁଛି। ଅସାବଧାନତା ହେତୁ ସାମାନ୍ୟ ଶାରୀରିକ କଷ୍ଟ ଭୋଗିବାକୁ ପଡିପାରେ। ସମୟ ଅନୁଯାୟୀ କାର୍ଯ୍ୟ କରିବା ଦ୍ୱାରା ଦିନଟି ଶୁଭଙ୍କର ହେବ। କର୍ମକ୍ଷେତ୍ରରେ କିଛି ନୂଆ ଦାୟିତ୍ୱ ମିଳିପାରେ। ଅନ୍ୟର ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଦୂର ଯାତ୍ରା ପାଇଁ ଯୋଜନା କରିପାରନ୍ତି।

ବୃଷ – ବୃଷ ରାଶିର ବ୍ୟକ୍ତିବିଶେଷ ଆସନ୍ତାକାଲି ସ୍ତ୍ରୀ ସହଯୋଗ ଲାଭ କରିବେ। ସହଧର୍ମିଣୀଙ୍କ ମତାମତ ଆପଣଙ୍କ ପାଇଁ ବେଶ୍ ଲାଭଦାୟକ ହେବ। ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ। ବ୍ୟବସାୟ କ୍ଷେତ୍ରରେ ଉତ୍ତମ ଲାଭ ମିଳିବାର ସମ୍ଭାବନା ଅଛି। ମନ ପ୍ରଫୁଲ୍ଲ ରହିବ ଏବଂ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଶୁଭ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ମିଥୁନଶୁକ୍ରବାର ଆପଣ ଉଚ୍ଚ ବ୍ୟକ୍ତିଙ୍କ ସହଯୋଗ ପାଇବେ। ସେମାନଙ୍କ ସାହାଯ୍ୟରେ କର୍ମକ୍ଷେତ୍ରରେ ଉନ୍ନତି କରିବେ। – କୌଣସି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ବଡ଼ ଲୋକଙ୍କ ପରାମର୍ଶ ଉପକାରୀ ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ନୂତନ ସମ୍ପର୍କ ସ୍ଥାପିତ ହେବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

କର୍କଟ –  କର୍କଟ ରାଶି ପାଇଁ ଅଧିକ ଖର୍ଚ୍ଚର ଯୋଗ ରହିଛି। ଆବଶ୍ୟକତାଠାରୁ ଅଧିକ ବ୍ୟୟ ହେବା ହେତୁ ଆର୍ଥିକ ଚିନ୍ତା ବଢ଼ିପାରେ। ଅଳସୁଆମୀ ତ୍ୟାଗ କରି କର୍ମରେ ମନୋନିବେଶ କରନ୍ତୁ। ନିଜର ବୁଦ୍ଧି ବଳରେ ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ। ଆଇନଗତ ବିବାଦରୁ ଦୂରେଇ ରୁହନ୍ତୁ। ଦିନର ଶେଷ ଭାଗରେ ଶୁଭ ଖବର ମିଳିବ।

ସିଂହ – ସିଂହ ରାଶିର ବ୍ୟକ୍ତି ପୁତ୍ର ପାଇଁ ଦୁଃଖ ଅନୁଭବ କରିବେ। ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ମନରେ କଷ୍ଟ ରହିପାରେ। ଅନ୍ୟ ପକ୍ଷରେ, ବ୍ୟବସାୟରେ ନୂଆ ଯୋଜନା ପ୍ରସ୍ତୁତ କରିବେ। ଅପରାହ୍ନରେ ଧନଲାଭର ସୁଯୋଗ ରହିଛି। ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତିମାନେ ସାବଧାନ ରୁହନ୍ତୁ। ଭାବିଚିନ୍ତି କାର୍ଯ୍ୟ କଲେ ସଫଳତା ପାଇବେ।

କନ୍ୟା – ଆସନ୍ତାକାଲି କନ୍ୟା ରାଶିର ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଦିନଟି ଆପଣଙ୍କ ପାଇଁ ଶୁଭଫଳଦାୟୀ ହେବାର ସୂଚନା ଦେଉଛି। କର୍ମକ୍ଷେତ୍ରରେ ଆପଣଙ୍କୁ ନୂଆ ସମ୍ମାନ ମିଳିପାରେ। ବନ୍ଧୁ ବାନ୍ଧବଙ୍କ ସହଯୋଗ ମିଳିବ। କୌଣସି ପୁରୁଣା ମିତ୍ରଙ୍କ ସହ ଭେଟ ହୋଇପାରେ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ।

ତୁଳା – ତୁଳା ରାଶି ଶୁକ୍ରବାର ଆଜି ଅଯଥା ଅପବାଦର ସାମ୍ନା କରିବାକୁ ପଡିପାରେ। କିଛି ଲୋକ ଆପଣଙ୍କ ପ୍ରତି ଈର୍ଷାଭାବ ରଖିପାରନ୍ତି। ତେଣୁ, କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। ସାମାଜିକ ଓ ରାଜନୀତି କ୍ଷେତ୍ରରେ ସାବଧାନ ରହିବେ। ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। ପାରିବାରିକ ସମସ୍ୟାକୁ ଶାନ୍ତିରେ ସମାଧାନ କରନ୍ତୁ।

ବିଛା – ବିଛା ରାଶିର ବ୍ୟକ୍ତି ଆସନ୍ତକାଲି ନୂତନ ଜମି ଲାଭ କରିବାର ଯୋଗ ରହିଛି। ସ୍ଥାବର ସମ୍ପତ୍ତି କିଣିବା ପାଇଁ ଏକ ଶୁଭ ଦିନ ଅଟେ। ସରକାରୀ କାର୍ଯ୍ୟରେ ସଫଳତା ମିଳିବ। ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରିପାରନ୍ତି।

ଧନୁ – ଧନୁ ରାଶିର ଲୋକେ  ପାରିବାରିକ ଅଶାନ୍ତିର ସମ୍ମୁଖୀନ ହେବେ। କୌଣସି ସାମାନ୍ୟ କଥାକୁ ନେଇ ପରିବାରରେ ମତଭେଦ ଦେଖାଦେଇପାରେ। ତେବେ, ଅପରାହ୍ନରେ ପରିସ୍ଥିତି ସୁଧୁରିବ। ଭାଗ୍ୟର ସହଯୋଗ ପାଇ କାର୍ଯ୍ୟରେ ଆଗେଇବେ। ବୈଦେଶିକ ବ୍ୟବସାୟରେ ଲାଭ ମିଳିପାରେ। ନିଜର ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ।

ମକର – ମକର ରାଶି ପାଇଁ  ଦିନରେ ଯାତ୍ରା ସଫଳ ହେବ। ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରାରେ ଅନେକ ଲାଭ ପାଇବେ। ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ। ଚାକିରି କରୁଥିବା ବ୍ୟକ୍ତିମାନେ ପ୍ରଶଂସା ପାଇବେ। ପୂର୍ବରୁ କରିଥିବା ନିବେଶରୁ ଭଲ ଲାଭ ମିଳିପାରେ। ସମାଜରେ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ।

କୁମ୍ଭଶୁକ୍ରବାର କୁମ୍ଭ ରାଶିର ବ୍ୟକ୍ତି ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଆପଣଙ୍କୁ ସମ୍ମାନ ମିଳିବାର ସମ୍ଭାବନା ଅଛି। ଦିନଟି ଆପଣଙ୍କ ପାଇଁ ବହୁତ ଶୁଭ ଏବଂ ଉତ୍ସାହପୂର୍ଣ୍ଣ ରହିବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ସାଙ୍ଗସାଥୀଙ୍କ ସହ ସମୟ ବିତାଇବେ। ଆୟର ନୂଆ ଉତ୍ସ ସୃଷ୍ଟି ହେବ।

ମୀନ – ମୀନ ରାଶିର ବ୍ୟକ୍ତିବିଶେଷ ଆସନ୍ତାକାଲି ଭଲ ସ୍ୱାସ୍ଥ୍ୟ ଉପଭୋଗ କରିବେ। ରୋଗରୁ ମୁକ୍ତି ମିଳିବା ସହ ଶାରୀରିକ ଶକ୍ତି ବୃଦ୍ଧି ପାଇବ। ଏହା ସହିତ ଆଧ୍ୟାତ୍ମିକ ଚିନ୍ତାଧାରା ଆପଣଙ୍କୁ ଶାନ୍ତି ପ୍ରଦାନ କରିବ। ପଡ଼ୋଶୀଙ୍କ ସହ ସମ୍ପର୍କ ମଧୁର ହେବ। ଅଫିସ୍ କାର୍ଯ୍ୟରେ ସାବଧାନ ରୁହନ୍ତୁ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

 ଯୋଗାଯୋଗ – 8249826682

Scroll to Top