ନୂଆଦିଲ୍ଲୀ: ସୋମବାର (ଅକ୍ଟୋବର୨୦)ରେ, Amazon Web Services (AWS) ଏକ ବଡ଼ ବୈଷୟିକ ଓ ଯାନ୍ତ୍ରିକ ତ୍ରୁଟିର ସାମନା କରିଥିଲା । ହଜାର ହଜାର ୱେବସାଇଟ୍ ଏବଂ ଆପ୍ ଅଚଳ ହୋଇଯାଇଥିଲା । କମ୍ପାନି କହିଥିଲା ଯେ ଏହି ସମସ୍ୟାର ମୂଳ କାରଣ ଚିହ୍ନଟ ସରିଛି ଏବଂ ଏହାର ସମାଧାନ କରୁଛି । ଆମାଜନ, ସରକାର ଏବଂ ଅନ୍ୟାନ୍ୟ ୟୁଜର୍ସଙ୍କୁ କ୍ଲାଉଡ୍ ସେବା ପ୍ରଦାନ କରେ, ଯେଉଁଥିରେ ଡାଟା ଷ୍ଟୋରେଜ୍, ଅନ୍-ଡିମାଣ୍ଡ କମ୍ପ୍ୟୁଟିଂ ପାୱାର ଏବଂ ଅନ୍ୟାନ୍ୟ ଡିଜିଟାଲ୍ ସେବା ସାମିଲ ରହିଛି । ଏହି ବିଭ୍ରାଟ ରେଡିଟ୍ ଏବଂ ସ୍ନାପଚାଟ୍ ପରି ସୋସିଆଲ ମିଡିଆ ଆପ୍ ଉପରେ ପ୍ରଭାବ ପକାଇଥିଲା । ସର୍ଭରରେ ବାଧା ଯୋଗୁଁ ବିଶ୍ୱବ୍ୟାପୀ ୟୁଜର୍ସ ପ୍ରଭାବିତ ହୋଇଥିଲେ, କାରଣ ଏହି ପ୍ଲାଟଫର୍ମଗୁଡ଼ିକ କ୍ଲାଉଡ୍ ଭିତ୍ତିଭୂମି ବ୍ୟବହାର କରନ୍ତି । ଆମାଜନର ପ୍ରାଇମ୍ ଭିଡିଓ ସେବା ଏବଂ ଡିଜନି ପ୍ଲସ୍ ପରି ଷ୍ଟ୍ରିମିଂ ପ୍ଲାଟଫର୍ମ ମଧ୍ୟ ପ୍ରଭାବିତ ହୋଇଥିଲା । Perplexity AI, Fortnite Game, Airbnb ଏବଂ Duolingo ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ ।
ଏଡବ୍ଲୁଏସ୍ ପୃଥିବୀର ପ୍ରାୟ ଏକ ତୃତୀୟାଂଶ କ୍ଲାଉଡ୍ ଇନଫ୍ରାଷ୍ଟ୍ରକ୍ଚର ପରିଚାଳନା କରେ । କମ୍ପାନି ଅନୁଯାୟୀ ଏହି ତ୍ରୁଟି ୭୬ଟି ସେବାକୁ ପ୍ରଭାବିତ କରିଥିଲା । ଆମାଜନର ପ୍ରଥମେ କହିଥିଲା, “ଆମେ US-EAST-1 ଅଞ୍ଚଳରେ ଏକାଧିକ AWS ସେବାରେ ବୃଦ୍ଧି ପାଇଥିବା ତ୍ରୁଟି ହାର ଉପରେ ତଦନ୍ତ କରୁଛୁ । ୩୦-୪୫ ମିନିଟ୍ ମଧ୍ୟରେ ଆଉ ଏକ ଅପଡେଟ୍ ପ୍ରଦାନ କରିବୁ।”
ପରେ କମ୍ପାନି କହିଥିଲା, “ଆମେ ଏଡବ୍ସୁଏସ୍ ସେବାଗୁଡ଼ିକୁ ପ୍ରଭାବିତ କରୁଥିବା ନେଟୱାର୍କ ସଂଯୋଗ ସମସ୍ୟାର ଦୂର କରୁଛୁ । ଆମ ନେଟୱାର୍କ ଲୋଡ୍ ବାଲାନ୍ସେରର ନିରୀକ୍ଷଣ ପାଇଁ ଥିବା ଆଭ୍ୟନ୍ତରୀଣ ସବ୍-ସିଷ୍ଟମ ହେଉଛି ଏହା ପଛର ମୂଳ କାରଣ । ଡାଟା ରିକଭରୀ ପାଇଁ ନୂଆ EC2 ଇନଷ୍ଟାନ୍ସ ଲଞ୍ଚ ପାଇଁ ଅନୁରୋଧଗୁଡ଼ିକୁ ଥ୍ରୋଟଲିଂ କରୁଛୁ ଏବଂ ସକ୍ରିୟ ଭାବରେ ହ୍ରାସ ଉପରେ କାର୍ଯ୍ୟ କରୁଛୁ।” ଆମାଜନ କହିଛି ଯେ ୬୫ରୁ ଅଧିକ ସେବାର ସମାଧାନ କରାଯାଇଛି । AWSରେ ତ୍ରୁଟି ଯୋଗୁଁ ୟୁରୋପରେ ମୋବାଇଲ୍ ଟେଲିଫୋନ୍ ସେବା ଏବଂ ସିଗନାଲ୍ ଏବଂ ହ୍ୱାଟ୍ସଆପ୍ ଭଳି ମେସେଜିଂ ଆପ୍ ମଧ୍ୟ ପ୍ରଭାବିତ ହୋଇଥିଲା । ୟୁକେର ଲଏଡ୍ସ ବ୍ୟାଙ୍କ ମଧ୍ୟ ପ୍ରଭାବିତ ହୋଇଥିଲା ।




