NHରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

nhରେ-ମର୍ମନ୍ତୁଦ-ସଡ଼କ-ଦୁର୍ଘଟଣା-:-ଦୁଇ-ବାଇକ୍-ଆରୋହୀଙ୍କ-ମୃତ୍ୟୁ

ବଡ଼ବିଲ ୨୧୧୦: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା NH ୨୦ ମୁରୁସୁଆଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ଆରୋହୀ ମୃତ । ମଙ୍ଗଳବାର ଅପରାହ୍ନରେ ୨୦ ନମ୍ବର ଜାତୀୟ ରାଜପଥ ରିମୁଳି-ଝୁମ୍ପୁରା ରାସ୍ତାରେ ଯାଉଥିବା ଏକ ବାଇକ୍ ଭାରସାମ୍ୟ ହରାଇ ରାଜପଥର ଡିଭାଇଡର ମଝିରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟିହୋଇଥିଲା । ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ହିଁ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ମୃତକଙ୍କ ପରିଚୟ ଏଯାଏଁ ଜଣାପଡିନାହିଁ । ଏନେଇ ଝୁମ୍ପୁରା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ପଠାଇଛି । 

Scroll to Top