ଭୁବନେଶ୍ୱର ୨୧।୧୦ : ପ୍ରାୟ ୧୦ ବର୍ଷ ମଧ୍ୟରେ ୧୦୦ରୁ ଅଧିକ ପାର୍ଟ ପ୍ଲଟ କିଣାବିକାରେ ଜାଲିଆତି ହୋଇଛି । ଏହି ଘଟଣାରେ ୩୦୦ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ୩୦୦ ସବ୍ ରେଜିଷ୍ଟ୍ରାରଙ୍କ ବିରୋଧରେ ରାଜସ୍ୱ ବିଭାଗ ପକ୍ଷରୁ ଅଭିଯୋଗ ପତ୍ର ଜାରି କରାଯାଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଣିକି ପାର୍ଟ ପ୍ଲଟ କିଣାବିକରେ କିଛି ସମସ୍ୟା ହେବ ନାହିଁ । ଆଗରୁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ସମସ୍ୟା ସୃଷ୍ଟି ହୋଇଥିଲା । ଏବେ ନଗର ଉନ୍ନୟନ ବିଭାଗ, ଡେଭେଳପମେଣ୍ଟ ଅଥରିଟି, ରେରା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ରାଜସ୍ବ ବିଭାଗ ସ୍ପଷ୍ଟିକରଣ ରଖିଛି.।
ସେହିପରି ନଭେମ୍ବର ସୁଦ୍ଧା ଆପାର୍ଟମେଣ୍ଟ ପଞ୍ଜିକରଣ ଅସୁବିଧାର ବାଟ ଫିଟିବ । ଏବେ ସମସ୍ୟା ହେଉଛି ଆପାର୍ଟମେଣ୍ଟ କିଣାବିକା । ଅନେକ ଲୋକ ମୋତେ ଫୋନ କରି ପଚାରୁଛନ୍ତି । ଏହା ଉପରେ ସରକାର କାମ କରୁଛନ୍ତି । ନଗର ଉନ୍ନୟନ ବିଭାଗର ପ୍ରୟାସ ଶେଷ ପର୍ଯ୍ୟାୟରେ ଅଛି । ନଭେମ୍ବର ଶେଷ ସୁଦ୍ଧା ଏ ନେଇ ନିର୍ଦ୍ଦେଶନାମା ବାହାରିବ ।




