ଅତ୍ୟଧିକ ବାଣ ଫୁଟାଇବା ଶ୍ୱାସ ରୋଗୀଙ୍କ ପାଇଁ ବିପଦ, ଆମକୁ ସତର୍କ ରହିବାକୁ ପଡିବ

ଅତ୍ୟଧିକ-ବାଣ-ଫୁଟାଇବା-ଶ୍ୱାସ-ରୋଗୀଙ୍କ-ପାଇଁ-ବିପଦ,-ଆମକୁ-ସତର୍କ-ରହିବାକୁ-ପଡିବ

ଅତ୍ୟଧିକ ବାଣ ଫୁଟାଇବା ଶ୍ୱାସ ରୋଗୀଙ୍କ ପାଇଁ ବିପଦ, ଆମକୁ ସତର୍କ ରହିବାକୁ ପଡିବ

Published By: Kirti – Prameya-News7 Bureau | October 21, 2025 02:37 PM

NEWS7

fire crakers

ଭୁବନେଶ୍ୱର ୨୧।୧୦ : ବାଣ ବିପଦ ଆଣୁଛି । ବାଣ ଅତ୍ୟଧିକ ଫୁଟାଇବା ଦ୍ୱାରା ପରିବେଶ ବିଗୁଡୁଛି । ଏପିରିକି ଶ୍ୱାସରୋଗ ଜନିତ ସମସ୍ୟା ମଧ୍ୟ ହେଉଛି । ପ୍ରଦୂଷଣର ମାତ୍ରା ବଢିବା ଦ୍ୱାରା COPD, ଶ୍ଵାସ ଜନିତ ରୋଗୀଙ୍କ ପାଇ ଘାତକ ହୋଇପାରେ। ବାଣରୁ ନିର୍ଗତ ବିଷାକ୍ତ ଧୂଆଁ ଶ୍ୱାସ ରୋଗୀଙ୍କ ପାଇ  ସମସ୍ୟା ସୃଷ୍ଟି କରୁଛି ବୋଲି କହିଛନ୍ତି ପ୍ରଫେସର ଡ. ବନାନୀ ଜେନା

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାଣ ଅତ୍ୟଧିକ ଫୁଟାଇବା ଦ୍ୱାରା ଶ୍ୱାସ ରୋଗ ଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ବିଶେଷ ଅସୁବିଧା ହେଉଛି । ୧୦୦ ଭାରତୀୟଙ୍କ ମଧ୍ୟରୁ ୫୫ରୁ ୬୦ ଜଣ ଶ୍ୱାସ କ୍ରିୟା ଜନିତ ରୋଗରେ ଆକ୍ରାନ୍ତ । ବାୟୁ ପ୍ରଦୂଷଣ, କଳକାରଖାନା ଗାଡ଼ି ମୋଟରରୁ ନିର୍ଗତ ବିଷାକ୍ତ ଧୁଆ, ଦୀର୍ଘ ସମୟ ଧରି ବାଣ ଫୁଟାଇବା ଏବେ ଶ୍ୱାସ ରୋଗୀଙ୍କ ପାଇଁ ବିପଦ ସାଜିଛି। ଖାସ କରି ଦୀପାବଳି  ଯୋଗୁ ସହରରେ ପ୍ରଦୂଷଣର ମାତ୍ର ବଢ଼ିଯାଇଛି। ବୟସ୍କ , ଛୋଟ ପିଲାଙ୍କୁ ଯଥା ସମ୍ଭବ ବାଣ ଠାରୁ ଦୁରେଇ ରଖିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ।

Scroll to Top