୧୦ ବର୍ଷରେ ୧୦୦ରୁ ଅଧିକ ପାର୍ଟ ପ୍ଲଟ କିଣାବିକାରେ ଜାଲିଆତି, ଖୁବଶୀଘ୍ର ନିଆଯିବ ଆକ୍ସନ

୧୦-ବର୍ଷରେ-୧୦୦ରୁ-ଅଧିକ-ପାର୍ଟ-ପ୍ଲଟ-କିଣାବିକାରେ-ଜାଲିଆତି,-ଖୁବଶୀଘ୍ର-ନିଆଯିବ-ଆକ୍ସନ

ଭୁବନେଶ୍ୱର ୨୧।୧୦ : ପ୍ରାୟ ୧୦ ବର୍ଷ ମଧ୍ୟରେ ୧୦୦ରୁ ଅଧିକ ପାର୍ଟ ପ୍ଲଟ କିଣାବିକାରେ ଜାଲିଆତି ହୋଇଛି । ଏହି ଘଟଣାରେ ୩୦୦ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ୩୦୦ ସବ୍‌ ରେଜିଷ୍ଟ୍ରାରଙ୍କ ବିରୋଧରେ ରାଜସ୍ୱ ବିଭାଗ ପକ୍ଷରୁ ଅଭିଯୋଗ ପତ୍ର ଜାରି କରାଯାଇଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।  

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଣିକି ପାର୍ଟ ପ୍ଲଟ କିଣାବିକରେ କିଛି ସମସ୍ୟା ହେବ ନାହିଁ ଆଗରୁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ସମସ୍ୟା ସୃଷ୍ଟି ହୋଇଥିଲା ଏବେ ନଗର ଉନ୍ନୟନ ବିଭାଗ, ଡେଭେଳପମେଣ୍ଟ ଅଥରିଟି, ରେରା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ରାଜସ୍ବ ବିଭାଗ ସ୍ପଷ୍ଟିକରଣ ରଖିଛି.

ସେହିପରି ନଭେମ୍ବର ସୁଦ୍ଧା ଆପାର୍ଟମେଣ୍ଟ ପଞ୍ଜିକରଣ ଅସୁବିଧାର ବାଟ ଫିଟିବ ଏବେ ସମସ୍ୟା ହେଉଛି ଆପାର୍ଟମେଣ୍ଟ କିଣାବିକା ଅନେକ ଲୋକ ମୋତେ ଫୋନ କରି ପଚାରୁଛନ୍ତି ଏହା ଉପରେ ସରକାର କାମ କରୁଛନ୍ତି ନଗର ଉନ୍ନୟନ ବିଭାଗର ପ୍ରୟାସ ଶେଷ ପର୍ଯ୍ୟାୟରେ ଅଛି ନଭେମ୍ବର ଶେଷ ସୁଦ୍ଧା ଏ ନେଇ ନିର୍ଦ୍ଦେଶନାମା ବାହାରିବ ।

Scroll to Top