ବଲୁଚିସ୍ତାନରେ ପାକିସ୍ତାନୀ ସେନା ଉପରେ ବଡ଼ ଆକ୍ରମଣ, ୫ ଯବାନଙ୍କ ମୃତ୍ୟୁ

ବଲୁଚିସ୍ତାନରେ-ପାକିସ୍ତାନୀ-ସେନା-ଉପରେ-ବଡ଼-ଆକ୍ରମଣ,-୫-ଯବାନଙ୍କ-ମୃତ୍ୟୁ

ବଲୁଚିସ୍ତାନରେ ପାକିସ୍ତାନୀ ସେନା ଉପରେ ବଡ଼ ଆକ୍ରମଣ, ୫ ଯବାନଙ୍କ ମୃତ୍ୟୁ

Published By: Chandan – Prameya-News7 Bureau | October 21, 2025 12:12 PM

NEWS7

pakistan paramilitary force

ନୂଆଦିଲ୍ଲୀ: ପାକିସ୍ତାନୀ ଅର୍ଦ୍ଧସାମରିକ ଗାଡ଼ି ଉପରେ ଉଗ୍ରବାଦୀଙ୍କ ଆକ୍ରମଣ। ଏଥିରେ ୫ ଜଣ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛି। ଏହି ଘଟଣାଟି ବଲୁଚିସ୍ତାନର ମାଣ୍ଡ ଅଞ୍ଚଳ ମାହିର ଏବଂ ରୁଦିଗ ମଧ୍ୟରେ ଘଟିଛି।  ଏହି ଆକ୍ରମଣ ପାଇଁ ବଲୁଚିସ୍ତାନ ଲିବରେସନ ଫ୍ରଣ୍ଟ ନିଜକୁ ଦାୟୀ କରିଛି। ଆମ୍ବୁସ ଲଗାଇ ଆକ୍ରମଣ କରାଯାଇଥିଲା।

ଏହି ଘଟଣା ଅକ୍ଟୋବର 20ରେ ଘଟିଛିଗତ ସେପ୍ଟେମ୍ବରରେ, ବଲୁଚିସ୍ତାନର ମାସ୍ତୁଙ୍ଗର ଦାସ୍ତ ଅଞ୍ଚଳରେ ରେଳ ଟ୍ରାକରେ ବିସ୍ଫୋରଣ ହୋଇଥିଲା। ଜାଫର ଏକ୍ସପ୍ରେସର ଗୋଟିଏ କୋଚ୍ ନଷ୍ଟ ହୋଇଯାଇଥିଲା। ଏଥିରେ ୧୨ ଜଣ ଯାତ୍ରୀ ଆହତ ହୋଇଥିଲେ।

ସେହିପରି ଅଗଷ୍ଟ ୧୦ ତାରିଖରେ, ମାସ୍ତୁଙ୍ଗ ଜିଲ୍ଲାରେ ଏକ IED ବିସ୍ଫୋରଣରେ ଛଅଟି କୋଚ୍ ଲାଇନଚ୍ୟୁତ ହୋଇଥିଲାଯେଉଁଥିରେ ଚାରି ଜଣ ଆହତ ହୋଇଥିଲେ। ଅଗଷ୍ଟ ୪ ତାରିଖରେ ପାଇଲଟ୍ ଇଞ୍ଜିନ୍ କୋଲପୁର ନିକଟରେ ନିଆଁ ଲାଗିଯାଇଥିଲା। ବିଚ୍ଛିନ୍ନତାବାଦୀ ବଲୁଚ୍ ଲିବରେସନ୍ ଆର୍ମି (BLA) ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା।

Scroll to Top