ଦୀପାବଳି ପୋଷ୍ଟରେ ଗାଜା ଚର୍ଚ୍ଚା, ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ‘X’ କୁ ନେଇ ହଇଚଇ…

ଦୀପାବଳି-ପୋଷ୍ଟରେ-ଗାଜା-ଚର୍ଚ୍ଚା,-ନିର୍ଦ୍ଦେଶକ-ରାମ-ଗୋପାଳ-ବର୍ମା-‘x’-କୁ-ନେଇ-ହଇଚଇ…

ମୁମ୍ୱାଇ ୨୧/୧୦: ସାରା ଦେଶରେ ଆଲୋକର ପର୍ବ ଦୀପାବଳି ବେଶ୍ ଧୁମ୍‌ଧାମ୍‌ରେ ପାଳନ ହୋଇଛି । ସୋସିଆଲ ମିଡିଆରେ ଅନେକ ଶୁଭକାମନା ବାର୍ତ୍ତା ବି ସେୟାର କରିଛନ୍ତି । ଏଥିରୁ  ବାଦ୍‌ ପଡିନଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ସେ ବି ଦେଶବାସୀଙ୍କୁ ଦୀପାବଳି ବାର୍ତ୍ତା ସେୟାର କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଆଉ ତାଙ୍କ ପୋଷ୍ଟକୁ ମାତ୍ର କିଛି ଘଣ୍ଟା ମଧ୍ୟରେ ୧.୩ ନିୟୁତ ଲୋକ ଦେଖିସାରିଛନ୍ତି । ଏହି ଦୀପାବଳି ପୋଷ୍ଟରେ ରାମ ଗୋପାଳ ବର୍ମା ଭାରତରେ ଦୀପାବଳି ପାଳନକୁ ଗାଜା ସହିତ ତୁଳନା କରିଛନ୍ତି । ତେବେ ଏହି ପୋଷ୍ଟ ପରେ ତାଙ୍କୁ ସୋସିଆଲ ମିଡିଆରେ କଠୋର ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। 

In INDIA only one day is DIWALI and in GAZA, every day is DIWALI🔥🔥🔥

— Ram Gopal Varma (@RGVzoomin) October 20, 2025

ଦୀପାବଳି ରାତିରେ ପ୍ରାୟ ୮ଟା ସମୟରେ, ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଇନଷ୍ଟାଗ୍ରାମରେ ଲେଖିଲେ, “ଭାରତରେ ଦୀପାବଳି କେବଳ ଗୋଟିଏ ଦିନ, କିନ୍ତୁ ଗାଜାରେ, ପ୍ରତିଦିନ ଦୀପାବଳି ।” ସେ ପୋଷ୍ଟ ସହିତ ଏକ ଅଗ୍ନି ଇମୋଜି ମଧ୍ୟ ଦେଇଥିଲେ । ଏହି ପୋଷ୍ଟଟି ଶୀଘ୍ର ଭାଇରାଲ ହୋଇଗଲା।
ରାମ ଗୋପାଳଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଜଣେ ୟୁଜର ଲେଖିଛନ୍ତି, “ତୁମକୁ ମଣିଷ ହେବାକୁ ବର୍ଷ ବର୍ଷ ଲାଗିବ । ତୁମେ ଉତ୍ସବ ଓ ବିନାଶ ମଧ୍ୟରେ ପାର୍ଥକ୍ୟ ମଧ୍ୟ ଜାଣିନାହଁ।” ସୋସିଆଲ ମିଡିଆରେ ନିଜର କ୍ରୋଧ ପ୍ରକାଶ କରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି । “ତୁମର ମନରେ ଥିବା ଅଳିଆ ଦେଖି ମୁଁ ଆଶ୍ଚର୍ଯ୍ୟ । ତୁମେ ଏହିପରି ଦୀପାବଳି ପାଳନ କରୁଛ। ତୁମେ ତୁମର ଫିଲ୍ମଠାରୁ ମଧ୍ୟ ଖରାପ।” 

Diwali is about hope, light, and renewal.
Gaza is about survival.
This man doesnt know the difference between celebration and devastation.
Cruel he is. https://t.co/QQDHRgC96V

— Rakhi Tripathi (@rakhitripathi) October 21, 2025

ଲେଖକ ଅଶୋକ କୁମାର ପାଣ୍ଡେ ମଧ୍ୟ ରାମ ଗୋପାଳ ବର୍ମାଙ୍କ ଟ୍ୱିଟ୍ ଉପରେ ନିଜର ଅସନ୍ତୋଷ ପ୍ରକାଶ କରି ଲେଖିଛନ୍ତି, “ମୁଁ କେବେ ଭାବି ନଥିଲି ତୁମେ ଏପରି ହୋଇଯିବ।” ଜଣେ ବ୍ୟକ୍ତି ଲେଖିଛନ୍ତି, “ଗାଜାକୁ ତୁମର ଡାର୍କ ହାସ୍ୟରସ ଆବଶ୍ୟକ ନାହିଁ । ସେମାନଙ୍କୁ ମାନବିକତା ଆବଶ୍ୟକ। ଯୁଦ୍ଧରେ କୌଣସି ଉତ୍ସବମୁଖୀ ପରିବେଶ ନାହିଁ।” 

ମାନବାଧିକାର କର୍ମୀ ନିଦା ଖାନ ୟୁସୁଫଜାଇ ଲେଖିଛନ୍ତି, “ଯେତେବେଳେ କଳା ସହାନୁଭୂତି ହରାଇଥାଏ, ସେତେବେଳେ ଏହା ପ୍ରଚାରରେ ପରିଣତ ହୁଏ। ଗାଜାରେ ପୋଡ଼ିଯାଉଥିବା ପିଲାମାନଙ୍କୁ ଫୋଟକା ସହିତ ତୁଳନା କରିବା ବୁଦ୍ଧିମତ୍ତା ନୁହେଁ ବରଂ ଆତ୍ମାର ଏକ ରୋଗକୁ ପ୍ରତିଫଳିତ କରେ । ମୂର୍ଖତା ବର୍ମା!”

Scroll to Top