ଘରେ ଭିଡୁଥିଲେ ବାଣ, ବିସ୍ଫୋରଣରେ ଚାଲିଗଲା ଜୀବନ
Published By: Kirti – Prameya-News7 Bureau | October 20, 2025 09:09 AM
NEWS7
ଖଲ୍ଲିକୋଟ ୨୦।୧୦ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈଠଡ଼ା ଗାଁରେ ଅଭାବନୀୟ ଘଟଣା । ବେଆଇନ୍ ଭାବେ ଦୀପାବଳୀ ପାଇଁ ଭିଡୁଥିଲେ ବାଣ । ଏହି ସମୟରେ ବାଣ ବିସ୍ଫୋରଣରେ ଚାଲିଗଲା ଜଣଙ୍କ ଜୀବନ।
ଖବର ଅନୁଯାୟୀ, ଖଲ୍ଲିକୋଟ ଥାନା କୈଠଡ଼ା ଗାଁରେ ବିଳମ୍ବିତ ରାତିରେ ବାଣ ତିଆରି କରିବା ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ବାଣ ଭିଡୁଥିବା ଯୁବକଙ୍କ ଗୋଟିଏ ଗୋଡ଼ ଓ ଗୋଟିଏ ହାତ ଉଡିଯାଇଛି। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଜଣଙ୍କ ହେଲେ କୈଠଡ଼ା ଗାଁର ପିଣ୍ଟୁ ପଲେଇ ବୋଲି ଜଣାପଡିଛି । ସେପଟେ ଘଟଣା ସଂପର୍କରେ ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।




