ନୂଆପଡ଼ା ଉପନିର୍ବାଚନ, ରବିବାର ଶକ୍ତି ପ୍ରଦର୍ଶନ କରିବ ବିଜେଡି

ନୂଆପଡ଼ା-ଉପନିର୍ବାଚନ,-ରବିବାର-ଶକ୍ତି-ପ୍ରଦର୍ଶନ-କରିବ-ବିଜେଡି

ନୂଆପଡ଼ା ଉପନିର୍ବାଚନ, ରବିବାର ଶକ୍ତି ପ୍ରଦର୍ଶନ କରିବ ବିଜେଡି

Published By: Kirti – Prameya-News7 Bureau | October 19, 2025 10:18 AM

NEWS7

bjd

ଭୁବନେଶ୍ୱର ୧୯।୧୦ : ଶକ୍ତି ପ୍ରଦର୍ଶନ କରିବ ବିଜେଡ଼ି । ନୂଆପଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳ ଆଜି ତାର ଶକ୍ତି ପ୍ରଦର୍ଶନ କରିବ । ନୂଆପଡ଼ାରେ ନିର୍ବାଚନ ଉପଲକ୍ଷେ ଏକ ବିଶାଳ ରାଲି କରିବାର ଯୋଜନା କରିଛି । ଯାହା ରବିବାର ଦିନ ୧୧ ଟା ୩୦ ମିନିଟ୍‌ରେ ଆରମ୍ଭ ହେବାକ ଯାଉଛି ।  

ଅକ୍ଟୋବର ୧୩ରେ ନୂଆପଡ଼ା ବିଧାନସଭା ଲାଗି ଉପନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆ ନାମାଙ୍କନ ଦାଖଲ କରିନାହାନ୍ତି । ଏହିକ୍ରମରେ ରବିବାର ଦିନ ବିଜେଡି ତରଫରୁ ବିଶାଳ ରାଲିର ଆୟୋଜନ କରାଯାଇଛି । ଯାହା ନୂଆପଡ଼ା ଶିବ ମନ୍ଦିରରୁ ଆରମ୍ଭ ହୋଇ ସବ୍‌କଲେକ୍ଟର ଅଫିସ ଯାଏଁ ଯିବ । ଏଥିରେ ବିପୁଳ ପରିମାଣର କର୍ମୀ ଯୋଗଦେବାକୁ ଅପିଲ କରିଛି ବିଜେଡି । ​​​​​​​

Scroll to Top