ଢ଼ାକା ବିମାନବନ୍ଦରରେ ଅଗ୍ନିକାଣ୍ଡ, ବହୁ ବିମାନ ଚଳାଚଳ ପ୍ରଭାବିତ

ଢ଼ାକା-ବିମାନବନ୍ଦରରେ-ଅଗ୍ନିକାଣ୍ଡ,-ବହୁ-ବିମାନ-ଚଳାଚଳ-ପ୍ରଭାବିତ

ଢ଼ାକା ବିମାନବନ୍ଦରରେ ଅଗ୍ନିକାଣ୍ଡ, ବହୁ ବିମାନ ଚଳାଚଳ ପ୍ରଭାବିତ

Published By: Simran – Prameya-News7 Bureau | October 19, 2025 09:32 AM

NEWS7

dhaka

ନୂଆଦିଲ୍ଲୀ ୧୯।୧୦; ବାଂଲାଦେଶର ରାଜଧାନୀ ଢାକାରେ ଥିବା ବିମାନ ବନ୍ଦରରେ ନିଆଁ । ହଜରତ ଶାହାଜଲାଲ ବିମାନ ବନ୍ଦରରେ ଶନିବାର ନିଆଁ ଲାଗିଥିଲା। ଏଥିପାଇଁ ପ୍ରାୟ ୬ ଘଣ୍ଟା ଧରି ବିମାନ ଚଳାଚଳ ବନ୍ଦ ରହିଥିଲା। ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଅଣାଯାଇଥିବା ବାଂଲାଦେଶ ବେସାମରିକ ବିମାନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ବିମାନବନ୍ଦରର କାର୍ଗୋ ସେକସନରେ ଏହି ନିଆଁ ଲାଗିଥିଲା। ଫଳରେ ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ନିଆଁ ଲିଭାଇବାକୁ ଅଗିଶମ ବିଭାଗର ପ୍ରାୟ ୩୭ଟି ଟିମ୍ ଲାଗିପଡ଼ିଥିଲେ।

ଏପରିକି ବାଂଲାଦେଶ ବାୟୁସେନା, ନୌସେନା ଓ ସ୍ଥଳସେନାର କର୍ମଚାରୀ ଓ ଅଧିକାରୀମାନେ ଏଥିରେ ସହାୟତା କରିଥିଲେ । ତେବେ ବିମାନବନ୍ଦରରେ ଥିବା କୌଣସି ବିମାନକୁ କିଛି ହେଲେ କ୍ଷତି ପହଞ୍ଚି ନାହିଁ। ତେବେ ବହୁ ବିମାନ ଚଳଚଳ ବାଧାପ୍ରାପ୍ତ ହୋଇଥିଲା । ବହୁ ବିମାନର ଗତିପଥ ବଦଳାଯାଇଥିଲା । କିଛି ବିମାନକୁ କୋଲାକାତା ବିମାନ ବନ୍ଦରକୁ ଦିଗ ପରିବର୍ତ୍ତନ କରି ଅଣାଯାଇଥିଲା। ଅନ୍ୟ କିଛି ବିମାନକୁ ଚିଟଗଙ୍ଗକୁ ପଠାଯାଇଥିଲା ।

Scroll to Top