ମହଙ୍ଗା ପଡ଼ିଲା ଇନଷ୍ଟାଗ୍ରାମରେ ଖଣ୍ଡା ବୁଲାଇବା, ବନ୍ଧା ହେଲେ ଯୁବକ

ମହଙ୍ଗା-ପଡ଼ିଲା-ଇନଷ୍ଟାଗ୍ରାମରେ-ଖଣ୍ଡା-ବୁଲାଇବା,-ବନ୍ଧା-ହେଲେ-ଯୁବକ

ମହଙ୍ଗା ପଡ଼ିଲା ଇନଷ୍ଟାଗ୍ରାମରେ ଖଣ୍ଡା ବୁଲାଇବା, ବନ୍ଧା ହେଲେ ଯୁବକ

Published By: Kirti – Prameya-News7 Bureau | October 19, 2025 08:44 AM

NEWS7

digapahandi police staion

ଦିଗପହଣ୍ଡି ୧୯।୧୦ : ମହଙ୍ଗା ପଡିଲା ଇନ୍‌ଷ୍ଟାଗ୍ରାମରେ ଖଣ୍ଡା ବୁଲାଇ ଧମକ ଦେବା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଡ଼ ଡୁମ୍ବୁଳା ଗାଁର ସୁଶାନ୍ତ ଗୌଡ଼ ଓରଫ ମହାଙ୍କୁଡ଼ଙ୍କୁ ପୋଲିସ ଗିରଫ କରିଛି । ମୋବାଇଲ ସହ ଖଣ୍ଡା ଜବତ ।

ଖବର ଅନୁଯାୟୀ, ସୁଶାନ୍ତ ତାଙ୍କ ଗାଁରେ କୌଣସି ୩ ଜଣ ବ୍ୟକ୍ତିଙ୍କୁ ହତ୍ୟା ଧମକ ଦେଇ ଇନ୍‌ଷ୍ଟାଗ୍ରାମରେ ଖଣ୍ଡା ବୁଲାଇଥିଲେ । ଏପିରିକି ତାଙ୍କ ମୁଣ୍ଡ ନେବାକୁ ମଧ୍ୟ ଭିଡ଼ିଓରେ ଧମକ ଦେଇଥିଲେ ।  ପରେ ଏହି ଭିଡ଼ିଓଟି ସୋସିଆଲ୍‌ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଥିଲା । ଯାହାପରେ ପୋଲିସ ଆକ୍ସନ ନେଇ ସୁଶାନ୍ତଙ୍କୁ ଗିରଫ କରିଛି । ଏହାସହିତ ସୁଶାନ୍ତଙ୍କ ନିକଟରୁ ଏକ ଖଣ୍ଡା ଓ ତାଙ୍କ ମୋବାଇଲ ଫୋନ ମଧ୍ୟ ଜବତ କରିଛି । 

Scroll to Top