ୱାସିଂଟନରୁ ଲଣ୍ଡନ ଡୋନାଲ୍ଡ ଟ୍ରମ୍ପଙ୍କୁ ବିରୋଧ ପ୍ରଦର୍ଶନ , ‘No Kings’ ପ୍ଲାକାର୍ଡ ଧରି ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ

ୱାସିଂଟନରୁ-ଲଣ୍ଡନ-ଡୋନାଲ୍ଡ-ଟ୍ରମ୍ପଙ୍କୁ-ବିରୋଧ-ପ୍ରଦର୍ଶନ-,-‘no-kings’-ପ୍ଲାକାର୍ଡ-ଧରି-ରାସ୍ତାକୁ-ଓହ୍ଲାଇଲେ-ହଜାର-ହଜାର-ଲୋକ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ଙ୍କ ନୀତି ବିରୋଧରେ ବିଶାଳ ବିକ୍ଷୋଭ। ୱାସିଂଟନରୁ ଲଣ୍ଡନ ପର୍ଯ୍ୟନ୍ତ No Kings ପ୍ଲାକାର୍ଡ ଧରି ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଜନତା । ଏହି ଅଭିଯାନର ଅର୍ଥ ହେଉଛି  “ଆମେ କୌଣସି ରାଜାଙ୍କୁ ଚିହ୍ନିନୁ।” ଟ୍ରମ୍ପଙ୍କ ମାଇଗ୍ରେସନ୍ , ଏଜୁକେସନ୍ ଏବଂ ସିକ୍ୟୁରିଟି ନୀତି ବିରୋଧରେ ୱାସିଂଟନ୍ ରୁ ଆରମ୍ଭ କରି ଆମେରିକାର ଅନେକ ବଡ ସହରରେ ପ୍ରଦର୍ଶନ କରାଯାଇଛି ।

ଆମେରିକା ସମେତ ବିଶ୍ବର ୨୬ଶହ ସ୍ଥାନରେ ପ୍ରଦର୍ଶନ ହୋଇଛି । ଏମିତି କି ଏହି ଆନ୍ଦୋଳନ ଆମେରିକାରୁ ୟୁରୋପ ଏବଂ ଏସିଆ ପର୍ଯ୍ୟନ୍ତ ବ୍ୟାପିଛି। ଲଣ୍ଡନ ସ୍ଥିତ ଆମେରିକା ଦୂତାବାସ ଆଗରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରତିବାଦକାରୀମାନେ କହିଥିଲେ ଯେ ସେମାନେ ରାଷ୍ଟ୍ରପତିଙ୍କ ଅସହିଷ୍ଣୁ ଆଚରଣ ଏବଂ ଗଣତାନ୍ତ୍ରିକ ପ୍ରତିଷ୍ଠାନ ପ୍ରତି ବିପଦ ଥିବା ଦାବି କରି  ପ୍ରତିବାଦ କରିଛନ୍ତି ।

ଲଣ୍ଡନର ଏହି ରାଲିକୁ “ନୋ କିଙ୍ଗସ୍” ଅଭିଯାନର ପ୍ରଥମ ପର୍ଯ୍ୟାୟ ବୋଲି ବିବେଚନା କରାଯାଏ। ଆମେରିକାର ନ୍ୟୁୟର୍କ, ୱାଶିଂଟନ୍ ଏବଂ ଚିକାଗୋରେ ହଜାର ହଜାର ଲୋକ ଟ୍ରମ୍ପ ପ୍ରଶାସନର ନୀତି ପ୍ରତି ଅସନ୍ତୋଷ ପ୍ରକାଶ କରିଥିଲେ। ଅଭିଯାନ ସହିତ ଜଡିତ ଏକ ସଂଗଠନ, ଇନଡିଭିଜିବଲର ସହ-ପ୍ରତିଷ୍ଠାତା ଲିଆ ଗ୍ରୀନବର୍ଗ କହିଛନ୍ତି ଯେ, ଏହି ପ୍ରଦର୍ଶନ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ। ଏହି ଆନ୍ଦୋଳନ ଏହି ବାର୍ତ୍ତା ଦିଏ ଯେ ନାଗରିକମାନେ ପୁଣି ଥରେ ସେମାନଙ୍କର ସ୍ୱର ଉଠାଇବାକୁ ପଡିବ।

Scroll to Top