ବାଂଲାଦେଶରେ ଶେଖ ହସିନାଙ୍କୁ ୧୪୦୦ଥର ମିଳିବ ମୃତ୍ୟୁଦଣ୍ଡ , ଅନ୍ତର୍ଜାତୀୟ କୋର୍ଟରେ ୟୁନୁସ ସରକାରଙ୍କ ଟିପ୍ପଣୀ

ବାଂଲାଦେଶରେ-ଶେଖ-ହସିନାଙ୍କୁ-୧୪୦୦ଥର-ମିଳିବ-ମୃତ୍ୟୁଦଣ୍ଡ-,-ଅନ୍ତର୍ଜାତୀୟ-କୋର୍ଟରେ-ୟୁନୁସ-ସରକାରଙ୍କ-ଟିପ୍ପଣୀ

ନୂଆଦିଲ୍ଲୀ – ବାଂଲାଦେଶରେ ଶେଖ୍‌ ହସିନାଙ୍କ ବିରୋଧରେ ୧୪୦୦ଲୋକଙ୍କ ହତ୍ୟା ମାମଲା ରୁଜୁ ହୋଇଛି। ଏହିସବୁ କେସ୍‌ରେ ମୃତ୍ୟୁର ସଜାର ପ୍ରାବଧାନ ଅଛି। ୟୁନୁସ ସରକାର ପକ୍ଷରୁ ଅନ୍ତରାଷ୍ଟ୍ରୀୟ କୋର୍ଟରେ ବାଂଲାଦେଶର ଓକିଲ ଏହି ସୂଚନା ଦେଇଛନ୍ତି। ସରକାରୀ ଓକିଲଙ୍କ କହିବାନୁସାରେ , ସମସ୍ତ ମାମଲାରେ ଯଥେଷ୍ଟ ପ୍ରମାଣ ଅଛି ଏବଂ ଶେଖ ହସିନାଙ୍କ ବିରୋଧରେ ୧୪୦୦ ଥର ମୃତ୍ୟୁର ସଜା ଶୁଣାଯିବ। ହେଲେ ଇଣ୍ଟରନ୍ୟାସନାଲ କୋର୍ଟ ଏହା ଉପରେ କୌଣସି ଟିପ୍ପଣୀ କରି ନାହାନ୍ତି।

ଅଗଷ୍ଟ ୨୦୨୪ରେ ବିଦ୍ରୋହ ପରେ ଶେଖ ହସିନାଙ୍କ ବାଂଲାଦେଶରେ ବିଦ୍ରୋହ ହୋଇଥିଲା। କ୍ଷମତା ଯିବା ପରେ ଶେଖ ହସିନା ଭାରତ ଚାଲି ଆସିଲେ, ଯାହା ପରେ ସେ ନୂଆ ଦିଲ୍ଲୀରେ ନିର୍ବାସିତ ଜୀବନ ବିତାଉଛନ୍ତି।

ବାଂଲାଦେଶର ସରକାରୀ ଓକିଲ ତାଜୁଲ ଇସଲାମ ଅନ୍ତରାଷ୍ଟ୍ରୀୟ କୋର୍ଟଙ୍କୁ କହିଛନ୍ତି ଯେ, ଶେଖ ହସିନାଙ୍କ ଉପରେ ସାମୂହିକ ନରସଂହାରର ଅଭିଯୋଗ ରହିଛି। ତାଙ୍କ କାର୍ଯ୍ୟକାଳରେ ୧୪୦୦ ଲୋକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଯଦି ସମସ୍ତଙ୍କୁ ଅଲଗା ଅଲଗା କରି ଆପଣ ସଜା ଶୁଣାଇବେ ତ ତାଙ୍କୁ ୧୪୦୦ ଥର ମୃତ୍ୟୁର ସଜା ମିଳିବ।

ତାଜୁଲ ଇସଲାମଙ୍କ ମୁତାବିକ , ଶେଖ ହସିନା ନିଜର କାର୍ଯ୍ୟକାଳ ବେଳେ ସମସ୍ତ ବିଦ୍ରୋହୀଙ୍କୁ ଦମନ କରିବା ପାଇଁ ବିଦ୍ରୋହୀମାନଙ୍କୁ ମୃତ୍ୟୁଦଣ୍ଡ ଦେଉଥିଲେ। ଶେଖ ହସିନାଙ୍କ ଅନେକ ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ପୁଲିସ ମୁଖ୍ୟଙ୍କୁ ବିଦ୍ରୋହୀଙ୍କ ଉପରେ ଫାୟାରିଂ କରିବା କଥା କହୁଛନ୍ତି।

ଶେଖ ହସିନାଙ୍କ ବିରୋଧରେ ବାଂଲାଦେଶରେ ୧୦୦ରୁ ଅଧିକ କେସ୍‌ ରୁଜୁ କରାଯାଇଛି।ଏଥିରେ ଦୁର୍ନୀତି , ସାମୂହିକ ନରସଂହାର ଓ କ୍ଷମତାର ଦୁରୁପଯୋଗର ଅଭିଯୋଗ ରହିଛି। ୨୦୦୮ରେ ଶେଖ ହସିନାଙ୍କୁ ବାଂଲାଦେଶର କ୍ଷମତା ମିଳିଥିଲା। ତାଙ୍କ ବିରୋଧରେ ବାଂଲାଦେଶର କୋର୍ଟ ଦ୍ୱାରା ଦୁଇଟି ୱାରେଣ୍ଟ ଜାରି କରାଯାଇଛି।

ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ନିକଟରେ ଏକ ସାକ୍ଷାତକାର ଦେଇଥିଲେ। ଏଥିରେ ସେ କହିଥିଲେ ଯେ, ଯେବେ ଶେଖ ହସିନା ବାଂଲାଦେଶରୁ ଚାଲିଗଲେ , ସେତେବେଳେ ଆମେ ନୂଆ ଭାବେ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲୁ । କିଛି ମାସ ପରେ ଆମକୁ ଜଣାପଡ଼ିଲା ଯେ, ହସିନା ଲଗାତାର ବାଂଲାଦେଶର ଲୋକଙ୍କ ସଂପର୍କରେ ଅଛନ୍ତି। ଏହା ଠିକ୍‌ ନୁହେଁ।

ୟୁନୁସଙ୍କ ମୁତାବିକ ଏହାପର ଠାରୁ ସରକାର ଶେଖ ହସିନାଙ୍କୁ ଉଚିତ୍‌ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଇ ଥିଲେ। ତାଙ୍କ ବିରୋଧରେ  ମୋକଦ୍ଦମା ରୁଜୁ କରାଯାଇ ଥିଲା।

Scroll to Top