ଭୁବନେଶ୍ୱର ୧୬/୧୦: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୮୦ ବର୍ଷରେ ପାଦ ଥାପିଛନ୍ତି ନବୀନ ପଟ୍ଟନାୟକ । ନିଜର ନିଆରା ଓ ଭିନ୍ନ ରାଜନୀତି ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ନବୀନ ଏଥର ନିଜ ଜନ୍ମଦିନକୁ ଭିନ୍ନ ଢ଼ଙ୍ଗରେ ପାଳନ କରିବେ । ଏହି ଅବସରରେ ତାଙ୍କୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ ।
ଏହି ଅବସରରେ ଫୋନ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସକାଳେ ଫୋନ୍ ଯୋଗେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇ ତାଙ୍କୁ ଜନ୍ମ ଦିନର ଶୁଭେଛା ଜଣାଇଛନ୍ତି। ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ ।
ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ @Naveen_Odishaଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ଏବଂ ସୁଖମୟ ଜୀବନ କାମନା କରୁଛି।— Mohan Charan Majhi (@MohanMOdisha) October 16, 2025
ସୂଚନା ଥାଉକି, ଦଳୀୟ ପଦଯାତ୍ରାରେ ସାମିଲ ହୋଇ କର୍ମୀଙ୍କୁ ଉତ୍ସାହିତ କରିବେ ନବୀନ । ୨୪ ରୁ ଅଧିକ ବର୍ଷ କ୍ଷମତାରେ ରହି ଯୋଗାଇଛନ୍ତି ସେବା । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ନବୀନଙ୍କ ଜନ୍ମ । ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଲୋକସଭା ନିର୍ବାଚନ ଲଢ଼ିଥିଲେ । ପରବର୍ତ୍ତୀ ସମୟରେ ବିଜେଡି ଗଠନ ପରେ ସେ ସଭାପତି ହେଲେ ।
୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ଶାସନକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ । ୨୪ ବର୍ଷ ଲଗାତାର ମୁଖ୍ୟମନ୍ତ୍ରୀ ପଦବୀରେ ରହି ରେକର୍ଡ ସ୍ଥାପନ କରିଛନ୍ତି । ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାରେ ସେ ଦେଶରେ ଦ୍ବିତୀୟ ମୁଖ୍ୟମନ୍ତ୍ରୀ




