Published By: Ruby – Prameya-News7 Bureau | October 16, 2025 10:43 AM
NEWS7
ଭୁବନେଶ୍ବର ୧୮।୧୦: ପୋଲିସ ଏସ୍ଆଇ ପରୀକ୍ଷା ବିଭ୍ରାଟ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ । ପୂର୍ବରୁ ପରୀକ୍ଷା ତ୍ରୁଟିଶୂନ୍ୟ ଏବଂ ଦୁର୍ନୀତି ମୁକ୍ତ କରିବା ପାଇଁ ଆମେ ବ୍ୟବସ୍ଥା କରିଥିଲୁ । ଏଥିପାଇଁ ଜିଲ୍ଲା ଏସ୍ପି ଓ ପୋଲିସ ଅଧିକାରୀ ମାନଙ୍କୁ ସତର୍କ କରାଯାଇଥିଲା । ଫଳସ୍ୱରୂପ ଆମେ ପରୀକ୍ଷାରେ ବିଭ୍ରାଟ ହେବା ପୂର୍ବରୁ ଠାବ କରିପାରିଲୁ । ଏ ଘଟଣାର ତଦନ୍ତ ଚାଲିଛି ଖୁବ୍ଶୀଘ୍ର ଅନ୍ୟ ଅଭିଯୁକ୍ତ ଧରାପଡ଼ିବେ ।




