ନୂଆଦିଲ୍ଲୀ: ଭାରତର ଲୋକପ୍ରିୟ ଶୋ ‘କୌନ ବନେଗା କରୋଡ଼ପତି‘। ଏହି ପ୍ଲାଟଫର୍ମ ଅନେକକୁ କରାଇଛି କୋଟିପତି, ଏହି ଶୋ ଶୁଣିଛି ପ୍ରତିଭାଙ୍କ କାହାଣୀ। ଶୋ’ର ମୁଖ୍ୟ ଆକର୍ଷଣ ଅମିତାଭ ବଚ୍ଚନଙ୍କ ପ୍ରତିଭାରେ ଅନେକ ପ୍ରଭାବିତ ହୋଇଛନ୍ତି। କିନ୍ତୁ ଶୋ‘ରେ କଣ୍ଟେଷ୍ଟାଣ୍ଟ ଭାବେ ଆସିଥିବା ପିଲା ତାଙ୍କର ଓଭର କନଫିଡେଣ୍ଟ ବା ଅତି ଚାଲାକ ଗୁଣ ଯୋଗୁଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି।
ପୂରା ଘଟଣାଟି ହେଲା, KBC ହଟସିଟରେ ବସିଥିଲେ ୫ମ ଶ୍ରେଣୀର ଛାତ୍ର ଇଶିତ ଭଟ୍ଟ। ସୌଜନ୍ୟମୂଳକ କଥା ହେବା ପାଇଁ ବିଗ୍ ବି ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଇଶିତ ବିଗ୍ ବିଙ୍କ କଥା ନଶୁଣି ପ୍ରଶ୍ନ ଶୀଘ୍ର ପଚାରିବାକୁ ବାରମ୍ବାର ଅନୁରୋଧ କରିଥିଲେ। ଏଥିରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅମିତାଭ। ପ୍ରଶ୍ନ ପଚାରିବା ଆରମ୍ଭ କଲେ ବିଗ୍ ବି। ଇଶିତ ଅପ୍ସନ ଆସିବା ପୂର୍ବରୁ ଉତ୍ତର ଦେବା ମଧ୍ୟ ଆରମ୍ଭ କରିଥିଲେ।
ଶୀଘ୍ର ଉତ୍ତର ଦେବାର ତତ୍ପରତାରେ ଏବଂ ଅତି ଚାଲାକ ଗୁଣ ଯୋଗୁଁ ଫସିଯାଇଥିଲେ ଇଶିତ। KBCର ୪ଟି ପ୍ରଶ୍ନର ସଠିକ୍ ଉତ୍ତର ଦେବା ପରେ ପଞ୍ଚମ ପ୍ରଶ୍ନ ତାଙ୍କୁ ପଚାରାଯାଇଥିଲା। ବାଲ୍ମିକୀ ରାମାୟଣରେ ପ୍ରଥମ କାଣ୍ଡର ନାମ କଣ? ସିଷ୍ଟମରେ ଡିସପ୍ଲେ ହୋଇଥିବା ଏହି ପ୍ରଶ୍ନରେ ଅପ୍ସନ ଦେବାକୁ କହିଥିଲେ ଇଶିତ୍। କିନ୍ତୁ ଅପ୍ସନ ଦେବା ମାତ୍ରକେ ସେ ଅପ୍ସନ ବି ଅଯୋଧ୍ୟା କାଣ୍ଡକୁ ତୁରନ୍ତ ‘ଲକ୍‘ କରିବାକୁ କହିଥିଲେ ଇଶିତ। ତାଙ୍କ କଥା ମାନି, ଅମିତାଭ ବଚ୍ଚନ ତୁରନ୍ତ ଅପ୍ସନକୁ ଲକ୍ କରିଥିଲେ। ଉତ୍ତରଟି ଭୁଲ ଥିଲା। ଏହାପରେ ଇଶିତର ସବୁ ଆଶା ମଉଳିଯାଇଥିଲା।
ଇଶିତର ଓଭର କନଫିଡେଣ୍ଟକୁ ନେଇ ଏବେ ମିମ୍ ତିଆରି କରୁଛନ୍ତି। ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍ କରୁଛନ୍ତି। ଅନେକ ତାଙ୍କ ସମର୍ଥନରେ ମଧ୍ୟ ବାହାରିଛନ୍ତି। ଜଣେ ୟୁଜର୍ କହିଛନ୍ତି “KBC ଇତିହାସର ସବୁଠାରୁ ସନ୍ତୋଷଜନକ କ୍ଲାଇମାକ୍ସ। ଆପଣଙ୍କ ପିଲାମାନଙ୍କୁ ଶିକ୍ଷିତ କରନ୍ତୁ, କିନ୍ତୁ ସଂସ୍କାର ଦେବା ଶିଖାନ୍ତୁ।” ଏହି ଦୃଶ୍ୟର ଭିଡିଓ ପୋଷ୍ଟ କରି ଜଣେ ୟୁଜର ଲେଖିଛନ୍ତି, “KBC ସମୟରେ ଅମିତାଭ ବଚ୍ଚନ କ’ଣ ଭାବୁଥିବେ?”
Ye karna chahiye tha…#KBC pic.twitter.com/osHU83XKWM
— Dr Gill (@ikpsgill1) October 13, 2025
ଜଣେ ୟୁଜର ଫଟୋ ପୋଷ୍ଟ କରି ନିଜର ମତ ପ୍ରକାଶ କରିଛନ୍ତି। କହିଛନ୍ତି ଯେତେବେଳେ ଆପଣ ଦୁଇ ବର୍ଷ ବୟସରେ ଆପଣଙ୍କ ପିଲାକୁ ଫୋନ୍ ଦିଅନ୍ତି ଏବଂ ସେମାନଙ୍କୁ ଏକ ଘରୋଇ ସ୍କୁଲରେ ପଠାନ୍ତି, ଏହା ହେଉଛି ଫଳାଫଳ। ଅନେକ ୟୁଜର୍ସ ଏଭଳି ଶିକ୍ଷା ପିତାମାତାଙ୍କ ଉପରେ ଦୋଷ ଲଦିଛନ୍ତି। ତଥାପି ଏହିପରି ଟ୍ରୋଲ୍ କରିବା ଅତ୍ୟନ୍ତ ଭୁଲ ଏବଂ ଏହା କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି।




