M

m

ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ମମତା ସରକାର ବିରୋଧରେ ଗର୍ଜୁଛନ୍ତି ପଶ୍ଚିମବଙ୍ଗ ଜନତା। ଏବେ ଯାଏଁ ୫ ଜଣ ଗିରଫ ହୋଇଛନ୍ତି। ଆଉ ବି ଦୁର୍ବୃତ୍ତ ଅଛନ୍ତି।

author-image

Gang Rape Case

Gang Rape Case Photograph: (OTV)

ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାକୁ ନେଇ ବଢ଼ୁଛି ଆକ୍ରୋଶ। ମମତା ସରକାର ବିରୋଧରେ ଗର୍ଜୁଛନ୍ତି ପଶ୍ଚିମବଙ୍ଗ (West Bengal) ଜନତା। ଏଭଳି ସ୍ଥିତିରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ହୋଇ ସମ୍ବେଦନଶୀଳ ମାମଲାରେ ରାତିରେ ଝିଅଙ୍କୁ ନବାହାରିବା ନେଇ ମମତାଙ୍କ ମନ୍ତବ୍ୟ ବିରୋଧରେ ତୀବ୍ର ହୋଇଛି ପ୍ରତିବାଦ। 
ମାମଲାରେ ଏବେ ଯାଏଁ ୫ ଜଣଙ୍କୁ ଦୁର୍ଗାପୁର ପୋଲିସ ଗିରଫ କରିଛି। ପଞ୍ଚମ ଅଭିଯୁକ୍ତର ନାଁ ଶେଖ୍ ସୈଫିକ୍ ଉଲ୍। ପୂର୍ବରୁ ଗିରଫ ହୋଇଛନ୍ତି ୪ ଜଣ। ସେମାନଙ୍କ ମଧ୍ୟରୁ ଶେଖ୍ ସୈଫିକ ସହ ଅନ୍ୟ ୩ ଜଣଙ୍କୁ ୧୦ ଏବଂ ଅନ୍ୟ ୨ ଜଣଙ୍କୁ ୯ ଦିନିଆ ରିମାଣ୍ଡରେ ନେଇ ତଥ୍ୟ ଉଗାରୁଛି। ଏହି ୨ ଜଣଙ୍କ ମଧ୍ୟରେ ନାସିରୁଦ୍ଧିନ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। 
ଆଶଙ୍କା କରାଯାଉଛି, ଆଉ ବି ଦୁର୍ବୃତ୍ତ ଅଛନ୍ତି। ତେଣେ ପୀଡ଼ିତାଙ୍କୁ ଏବଂ ତାଙ୍କ ପରିବାରକୁ ଦୁର୍ଗାପୁରରେ ଭେଟିବା ସହ ପୋଲିସ ତଦନ୍ତର ଗତି ଏବଂ ପୀଡ଼ିତାଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ନେତୃତ୍ବରେ ଯାଇଥିବା ମହିଳା କମିଶନଙ୍କ ଟିମ୍। ଘଟଣାକୁ ବିତିଗଲାଣି 4 ଦିନ। ଦୁର୍ଗାପୁର୍ ମେଡ଼ିକାଲର ଚାରିକାନ୍ଥ ଭିତରେ ଚିକିତ୍ସାଧିନ ଓଡ଼ିଆ ଡାକ୍ତରୀ ଛାତ୍ରୀ କେମିତି ଅଛନ୍ତି, ବିଧିବଦ୍ଧ ଭାବେ ସରକାରୀ ସୂଚନା ଦିଆଯାଉନାହିଁ। ଏପରିକି ପୀଡ଼ିତାଙ୍କ ବାପାଙ୍କୁ ମଧ୍ୟ ଭେଟିବାକୁ ଦିଆଯାଉନଥିବା ନେଇ ଏକ ପ୍ରେସମିଟରେ ଅଭିଯୋଗ କରିଛି ବିଜେପି।

Scroll to Top