ବ୍ରିଜ୍ ତଳୁ ମିଳିଲା ରକ୍ତାକ୍ତ ମୃତଦେହ, ପିଟି ପିଟି ହତ୍ୟା ସନ୍ଦେହ
Published By: Kirti – Prameya-News7 Bureau | October 14, 2025 08:31 AM
NEWS7
ବରଗଡ଼ ୧୪।୧୦: ଓଭରବ୍ରିଜ ତଳୁ ମୃତଦେହ ଠାବ । ବରଗଡ଼ ଟାଉନ ଥାନା ଜର୍ମୁଡ଼ା ଓଭରବ୍ରିଜ୍ ତଳୁ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଠାବ ହୋଇଛି । ମୃତକ ଜର୍ମୁଡ଼ା ଗାଁର ଟାଙ୍ଗର ପାଡ଼ାର ଭିମ ବିଶାଲ ବୋଲି ଜଣାପଡିଛି।
ଖବର ଅନୁଯାୟୀ, ଜମୁର୍ଡା ଓଭରବ୍ରିଜ ତଳେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିଥିଲେ କିଛି ଲୋକ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନ୍ଭିନ୍ ଜାରି ରଖିଛି । ମୃତଦେହରେ ଅନେକ କ୍ଷତ ସ୍ଥାନ ରହିଛି । ଏପିରିକି ପ୍ରବଳ ରକ୍ତ ଶ୍ରାବ ହେଉଥିବାରୁ କେହି ପିଟି ପିଟି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ତେବେ ପୋଲିସର ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।




