୧୫୦୦୦ ଫୁଟ ଉଚ୍ଚତାରେ ବିମାନ , ପାଇଲଟ ଏମିତି କିଛି ଜିନିଷ ଦେଖି କଲେ ଏମର୍ଜେନ୍ସି ଲ୍ୟାଣ୍ଡିଂ

୧୫୦୦୦-ଫୁଟ-ଉଚ୍ଚତାରେ-ବିମାନ-,-ପାଇଲଟ-ଏମିତି-କିଛି-ଜିନିଷ-ଦେଖି-କଲେ-ଏମର୍ଜେନ୍ସି-ଲ୍ୟାଣ୍ଡିଂ

ନୂଆଦିଲ୍ଲୀ – ଇଣ୍ଡିଗୋ ଏୟାରଲାଇନ୍ସର ଏକ ଏଟିଆର ବିମାନର କକପିଟ୍‌ ୱିଣ୍ଡସିଲ୍ଡରେ ଫାଟ ସୃଷ୍ଟି ହୋଇଥିଲା। ଏହି ଘଟଣା ଚେନ୍ନାଇ ଉଡ଼ାଣ ଭରିବା ବେଳେ ଘଟିଥିଲା , ଯେଉଁଥିରେ ମୋଟ ୬୭ ଜଣ ଯାତ୍ରୀ ବସିଥିଲେ। ତିନି ଦିନ ମଧ୍ୟରେ ଚେନ୍ନାଇରେ ପହଞ୍ଚିବାରେ ଏହା ଦ୍ୱିତୀୟ ଘଟଣାରେ ଚିନ୍ତା ବଢି ଯାଇଛି। ଏହି ବିମାନଟି ତୁତିକୋରିନରୁ ଦ୍ୱିପ୍ରହର ସମୟ ୨ଟା ୪ ମିନିଟ୍‌ରେ ପ୍ରସ୍ଥାନ କରିଥିଲା।

ସୂଚନା ଅନୁସାରେ , ବିମାନଟି ପାଖାପାଖି ୧୫୦୦୦ ଫୁଟ ଉଚ୍ଚତାରେ ଉଡ଼ାଣ ଭରୁ ଥିଲା , ସେତେବେଳେ ପାଇଲଟଙ୍କର ନଜର ୱିଣ୍ଡସିଲ୍ଡ ଉପରେ ପଡ଼ିଥିଲା। ସେଠାରେ ହାଲକା ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ବିପଦ ଆଶଙ୍କା କରି ପାଇଲଟ୍‌ ତୁରନ୍ତ ଚେନ୍ନାଇ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ(ଏଟିସି)କୁ ଆଲର୍ଟ କରିଥିଲେ ଏବଂ ଏମର୍ଜେନ୍ସି ଲ୍ୟାଣ୍ଡିର ଅନୁମତି ମାଗିଲେ। ଏଟିସି ତୁରନ୍ତ ଅନୁମତି ଦେଇଥିଲା, ଏହାପରେ ପାଇଲଟ୍‌ ବିମାନକୁ ସୁରକ୍ଷିତ ଉପାୟରେ ଅବତରଣ କରିଥିଲେ।

ବିମାନଟି ଦ୍ୱିପ୍ରହର ୩ଟା ୨୭ରେ ଲ୍ୟାଣ୍ଡ କରି ସାରିଥିଲା, ଯାହା ଏହାର ନିର୍ଦ୍ଧାରିତ ସମୟ ୩ଟା ୩୫ରୁ ମାତ୍ର ଆଠ ମିନିଟ୍‌ ପୂର୍ବରୁ ଥିଲା। ଲ୍ୟାଣ୍ଡିଂ ପରେ ସବୁ ଯାତ୍ରୀଙ୍କୁ ବିନା କୌଣସି ସମସ୍ୟାରେ ବିମାନରୁ ବାହାର କରି ଦିଆ ଯାଇଥିଲା। ଏହାର ତୁରନ୍ତ ପରେ ବିମାନକୁ ଏୟାରଲାଇନ୍‌ ଇଂଜିନିୟଙ୍କ ଦାୟିତ୍ୱରେ ଦେଇ ମେଣ୍ଟେନାନ୍ସ ବେ’ରେ ଯାଞ୍ଚ ପାଇଁ ପଠାଇ ଦିଆଯାଇଥିଲା।

Scroll to Top