ନବୀନଙ୍କୁ ଭେଟିଲେ ବିଏମସିର ବିଭିନ୍ନ ଓ୍ବାର୍ଡର କର୍ପୋରେଟର, ବିକାଶମୂଳକ କାମ ବିଷୟରେ କଲେ ଆଲୋଚନା

ନବୀନଙ୍କୁ-ଭେଟିଲେ-ବିଏମସିର-ବିଭିନ୍ନ-ଓ୍ବାର୍ଡର-କର୍ପୋରେଟର,-ବିକାଶମୂଳକ-କାମ-ବିଷୟରେ-କଲେ-ଆଲୋଚନା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟରମାନେ ସୋମବାର ସନ୍ଧ୍ୟାରେ ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ବିକାଶ ସମ୍ପର୍କରେ ନବୀନଙ୍କ ସହ ଆଲୋଚନା କରିଛନ୍ତି କର୍ପୋରେଟରମାନେ।

ଏହା ସହ ଭୁବନେଶ୍ୱରର ବିକାଶ ପାଇଁ ରାଜ୍ୟ ନଗର ଉନ୍ନୟନ ବିଭାଗ ପାଣ୍ଠି ଯୋଗାଣରେ ଅବହେଳା କରୁଥିବା ବିଷୟରେ ସେମାନେ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପାଇଁ  ବିକାଶ କାମରେ ବାଧା ସୃଷ୍ଟି ହେଉଛି ବୋଲି ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ତେବେ ସମସ୍ତ ଅସୁବିଧା ସତ୍ୱେ ଲୋକଙ୍କ ସେବା ଜାରି ରଖିବା ପାଇଁ ନବୀନ ସେମାନଙ୍କୁ ପରାମର୍ଶ  ଦେଇଥିଲେ। ଲୋକଙ୍କ  ବିକାଶ ଓ କଲ୍ୟାଣ କାମରେ କେବେ ସାଲିସ କରାଯାଇପାରିବ ନାହିଁ ବୋଲି ନବୀନ ପଟ୍ଟନାୟକ ସତର୍କ କରିବା ସହ ଏ ବିଷୟରେ ଦଳ କଡ଼ା ଆଭିମୁଖ୍ୟ ଗ୍ରହଣ କରିବ ବୋଲି କହିଥିଲେ। ଏହି ଆଲୋଚନା ସମୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଜେଡି ଜିଲ୍ଲା ସଭାପତି ଅଶୋକ ପଣ୍ଡା ଓ ବିଜେଡି ନେତା ମନ୍ମଥ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Scroll to Top