ହୋଟେଲ ଭିତରେ ଚାଲିଥିଲା ଜୁଆ ଖେଳ, ରେଡ୍ କରି ଧରିଲା ପୋଲିସ

ହୋଟେଲ-ଭିତରେ-ଚାଲିଥିଲା-ଜୁଆ-ଖେଳ,-ରେଡ୍-କରି-ଧରିଲା-ପୋଲିସ

ହୋଟେଲ ଭିତରେ ଚାଲିଥିଲା ଜୁଆ ଖେଳ, ରେଡ୍ କରି ଧରିଲା ପୋଲିସ

Published By: Chikun – Prameya-News7 Bureau | October 10, 2025 09:57 PM

NEWS7

Gambling was going on inside the hotel, police intervened in Puri.

ପୁରୀ: ହୋଟେଲ ଭିତରେ ଜୁଆ ଖେଳ ଚାଲିଥିବାବେଳେ ମାଡ଼ି ବସିଲା ପୋଲିସ। ପୁରୀ ଚକ୍ରତୀର୍ଥ ରୋଡରେ ଥିବା ଏକ ହୋଟେଲରେ ଜୁଆ ଖେଳ ଚାଲିଥିବାବେଳେ, ସମୁଦ୍ର କୂଳ ଥାନା ପୋଲିସ ଚଢ଼ାଉ କରି ୯୦ ହଜାର ପାଞ୍ଚ ଶହ ଟଙ୍କା ଜବତ କରିଛି ପୋଲିସ। ଏଥି ସହିତ ୬ ଜଣକୁ ଗିରଫ କରିଛି ପୋଲିସ।

ଗିରଫମାନେ ହେଲେ ସନ୍ତୋଷ ରେଡ୍ଡୀ, ମନୋଜ ସ୍ବାଇଁ, ରାକେଶ ସେଠୀ, ଚିତ୍ରସେନ ସ୍ବାଇଁ ପଦ୍ମନାଭ ବେହେରା ଓ ଆଶିଷ ଖୁଣ୍ଟିଆ। ପୋଲିସ ଏମାନଙ୍କଠାରୁ ୫ଟି ମୋବାଇଲ ଫୋନ୍ ସହିତ ତିନୋଟି ତାସ୍ ଜବତ୍ କରିଛି। ସନ୍ଧ୍ୟାରେ ସମ୍ପୃକ୍ତ ହୋଟେଲରେ ଜୁଆ ଖେଳ ଚାଲୁଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା। ତୁରନ୍ତ ହୋଟେଲରେ ପୋଲିସ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ସମୁଦ୍ର କୂଳ ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Scroll to Top