ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀଙ୍କ ପ୍ରକଳ୍ପ ବର୍ଷା, ଭେଟିଦେଲେ ୬୦ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ

ଝାରସୁଗୁଡ଼ାରେ-ପ୍ରଧାନମନ୍ତ୍ରୀଙ୍କ-ପ୍ରକଳ୍ପ-ବର୍ଷା,-ଭେଟିଦେଲେ-୬୦ହଜାର-କୋଟି-ଟଙ୍କାରୁ-ଅଧିକ-ମୂଲ୍ୟର-ପ୍ରକଳ୍ପ

ଝାରସୁଗୁଡା ୨୭।୯: ଝାରସୁଗୁଡାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦ୍ଦେଶ୍ୟରେ ଦେଲେ ବାର୍ତ୍ତା । ନୂଆପିଢିର ଯୁବକ ମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ । ଶନିବାର ଝାରସୁଗୁଡାରେ ମୋଦି ପହଞ୍ଚିବା ପରେ ସବୁଠି ତାଙ୍କୁ ଦିଆଯାଇଛି ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା । ମୋଦି ମଧ୍ୟ ଜନତାଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ।

ବିକଶିତ ଭାରତ ଗଠନ ପାଇଁ ଯୋଗାଯୋଗ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୩୭ ହଜାର କୋଟି ଟଙ୍କାର ବ୍ୟୟ ଅଟକଳରେ BSNLର ୯୭୫୦୦ ନୂଆ ୪ଜି ଟାୱାର ନିର୍ମାଣ କର । ୨୬ ହଜାର ୫ଶହ ଅପହଞ୍ଚ ଗାଁରେ ମୋବାଇଲ ସେବା ଆରମ୍ଭ କରିବା ପ୍ରକଳ୍ପ ଝାରସୁଗୁଡାରୁ ଶୁଭଦେଲେ । ପୂର୍ବୋଦୟର ବିକାଶରେ ଓଡ଼ିଶାର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦେଶର ୮ଟି ଆଇଆଇଟିର କଳେବର ବୃଦ୍ଧି ସହ ଡିଜିଟାଲ ଶିକ୍ଷାର ଅଭିବୃଦ୍ଧିର ଶିଳାନ୍ୟାସ କରିଥିଲେ । ସ୍ୱାସ୍ଥ୍ୟସେବାରେ ବ୍ୟାପକ ପରିବର୍ତ୍ତନ ପାଇଁ ଭୀମସାର ଓ ଏମକେସିଜି ମେଡିକାଲ କଲେଜକୁ ବିଶ୍ୱ ସ୍ତରୀୟ କରିବାକୁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ପ୍ରସ୍ତୁତ ରୋଡ଼ ମ୍ୟାପ୍‌ର ମଧ୍ୟ ଭିତ୍ତିପ୍ରସ୍ତର ରଖିଥିଲେ । ବ୍ରହ୍ମପୁରରୁ ଉଦନାକୁ ଅମୃତ ଭାରତ ଏକ୍ସପ୍ରେସର ଝଣ୍ଡା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରେଳସେବା ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ଲୋକଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇ ପାରିବ । ଅନ୍ତୋଦୟ ଗୃହ ଯୋଜନାରେ ୫୦ ହଜାର ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗୃହ ଆବଣ୍ଟନ କରିଥିବା ବେଳେ ଝାରସୁଗୁଡାର ପୂର୍ଣ୍ଣମୀ ସେଠ ପ୍ରଧାନମନ୍ତ୍ରୀଙ୍କ ହାତରୁ ଏହି ଗୃହ କାର୍ଯ୍ୟାଦେଶ ପତ୍ର ଗ୍ରହଣ କରିଥିଲେ ।

Scroll to Top