ଝାରସୁଗୁଡ଼ା ୨୭।୦୯ : ଝାରସୁଗୁଡ଼ାରେ ଜନସେବା ସମାବେଶ । ଏହି କାର୍ଯ୍ୟକ୍ରମର ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଢେ ୪ କୋଟି ଓଡ଼ିଶାବାସୀଙ୍କ ତରଫରୁ ସ୍ୱାଗତ ଜଣାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୮ ବର୍ଷ ପୂର୍ବେ ଝାରସୁଗୁଡ଼ା ଏୟାରପୋର୍ଟ ଉଦ୍ଘାଟନ ପାଇଁ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପ୍ଟେମ୍ବର ୧୭ କେବଳ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ନଥିଲା, ଦେଶ ପ୍ରତି ୫୦ ବର୍ଷ ଧରି ସେବା କରିବାର ସନ୍ଦେଶ । ୨୦୧୪ ପରେ ଦେଶର ଯୁବ ପିଢ଼ି ପାଇଁ ଆଦର୍ଶ ପାଲଟିଛନ୍ତି ପ୍ରଧାନମନ୍ତ୍ରୀ । ଚଳିତ ବର୍ଷ ମୋଦିଙ୍କ ଜନ୍ମ ଦିନ ଅବସରରେ ଏକ ପେଡ ମା କେ ନାମ 2.0 କାର୍ଯ୍ୟକ୍ରମରେ ୭୫ ଲକ୍ଷ ବୃକ୍ଷରୋପଣ ଲାଗି ଟାର୍ଗେଟ ଥିବା ବେଳେ ଦେଢ଼ କୋଟି ଗଛ ଲଗାଇଥିଲେ ଓଡ଼ିଶାବାସୀ । ଏଥିରୁ ମୋଦିଙ୍କ ପ୍ରତି ଓଡ଼ିଆ ଲୋକଙ୍କ ଭଲ ପାଇବା ପ୍ରଦର୍ଶିତ ହେଉଛି । ବ୍ରହ୍ମପୁରରୁ ସୁରଟ ଯାଏଁ ନୂଆ ଅମୃତ ଭାରତ ଟ୍ରେନ ଆରମ୍ଭ ହୋଇଚି । ବିଗତ ୧୧ ବର୍ଷରେ ମୋଦିଙ୍କ ନେତୃତ୍ୱରେ ଦେଶ ବିକାଶର ଶିଖରରେ ପହଞ୍ଚିଛି ।




