“ମେକ୍ ଇନ୍ ଇଣ୍ଡିଆ ସହ ମେକ୍ ଫର୍ ୱାର୍ଲଡ”, ଭାରତର ପ୍ରଥମ ବିଦେଶୀ ଡିଫେନ୍ସ ୟୁନିଟ୍ ଉଦଘାଟନ କଲେ ରାଜନାଥ

“ମେକ୍-ଇନ୍-ଇଣ୍ଡିଆ-ସହ-ମେକ୍-ଫର୍-ୱାର୍ଲଡ”,-ଭାରତର-ପ୍ରଥମ-ବିଦେଶୀ-ଡିଫେନ୍ସ-ୟୁନିଟ୍-ଉଦଘାଟନ-କଲେ-ରାଜନାଥ

ନୂଆଦିଲ୍ଲୀ: ଭାରତ ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ପଦକ୍ଷେପ ନେଇ ମୋରକ୍କୋର ବେରରେଶିଦରେ ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡର ପ୍ରଥମ ବିଦେଶୀ ପ୍ରତିରକ୍ଷା ନିର୍ମାଣ ୟୁନିଟ୍ ଉଦଘାଟନ କରିଛି । ଏହା ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ପ୍ରଥମ ବିଦେଶୀ ପ୍ଲାଣ୍ଟ ଅଟେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସରକାରୀ ମୋରକ୍କୋ ଗସ୍ତରେ ଏହି ୟୁନିଟକୁ ଉଦଘାଟନ କରିଛନ୍ତି । ଉଦଘଟାନ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତ କେବେଳ ମେକ୍ ଇନ୍ ଇଣ୍ଡିଆ ଯାଏ ସୀମିତ ନୁହେଁ । ଏବେ ଆମ ମେକ୍ ୱିଥ୍ ଫ୍ରେଣ୍ଡସ ଓ ମେକ୍ ଫର୍ ଦ ୱାର୍ଲଡ ଭିଜନ୍ ଉପରେ କାମ କରୁଛୁ । ଘନିଷ୍ଠ ସହଯୋଗୀଙ୍କ ସହ ମିଳିତ ଭାବେ ଅତ୍ୟାଧୁନିକ ପ୍ରଯୁକ୍ତିର ବିକାଶ କରିବା ଓ ବିଶ୍ୱରେ ଶାନ୍ତି-କ୍ଷମତା ନିର୍ମାଣରେ ଯୋଗଦାନ ଦେବା ଏହାର ଉଦ୍ଦେଶ୍ୟ । ସେ କହିଛନ୍ତି ଯେ ଏହି ବୁଝାମଣା ସାର୍ବଭୌମତ୍ୱକୁ ସମ୍ମାନ କରୁଛି ଓ ସ୍ଥାନୀୟ କ୍ଷମତାକୁ ମଜଭୁତ କରିବ ।

ଟାଟା ଆଡଭାନ୍ସଡ ସିଷ୍ଟମ ମୋରକ୍କୋକୁ ଖାସକରି ହ୍ୱିଲ୍ଡ ଆର୍ମର୍ଡ ପ୍ଲାଟଫର୍ମ ଉତ୍ପାଦନ ଉପରେ କେନ୍ଦ୍ରିତ କରାଯାଇଛି । ଏହା ଭାରତର ପ୍ରଥମ ଓଭରସିଜ୍ ଡିଫେନ୍ସ ମ୍ୟାନୁଫେକ୍ଚରିଂ ୟୁନିଟ୍ ଅଟେ । ବିଶେଷଜ୍ଞଙ୍କ ମତରେ ଏହି ପଦକ୍ଷେପ ଭାରତର ପ୍ରତିରକ୍ଷା ରପ୍ତାନୀକୁ ନୂଆ ଦିଗ ଦେବ ଓ ଆଫ୍ରିକା ସମୟରେ ବିଶ୍ୱ ବଜାରରେ ଭାରତର ସ୍ଥିତିକୁ ମଜଭୁତ କରିବ ।

#WATCH | At Tata Advanced Systems Maroc’s new manufacturing facility at Berrechid in Morocco, Defence Minister Rajnath Singh says, “…Along with Make in India, we are also working on Make with Friends. Under this initiative, we will collaborate with trusted partners to develop… pic.twitter.com/9P6xlHFHJ5

— ANI (@ANI) September 23, 2025

ରାଜନାଥ ସିଂହଙ୍କ ଏହି ଗସ୍ତକୁ ଐତିହାସିକ ବୋଲି କୁହାଯାଉଛି, କାରଣ ପ୍ରଥମ ଥର ପାଇଁ କୌଣସି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ଉତ୍ତର ଆଫ୍ରିକାର ଏହି ଦେଶ ଗସ୍ତ କରିଛନ୍ତି । ରାଜନାଥ ସିଂହଙ୍କ ଏହି ଗସ୍ତରୁ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଓ ରାଜନୈତିକ ସହଭାଗିତାକୁ ନୂଆ ଗତି ମିଳିବାର ଆଶା ରହିଛି । ମୋଦୀ ସରକାର ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଓ ରପ୍ତାନୀକୁ ବଢାଇବା ଉପରେ ଜୋର ଦେଉଛନ୍ତି । ଟାଟା ଆଡଭାନ୍ସଡ ସିଷ୍ଟମର ଏହି ପଦକ୍ଷେପକୁ ଏହି ରଣନୀତିର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଦେଖାଯାଉଛି । ଏହି ଫ୍ୟାକ୍ଟ୍ରି ସ୍ଥାନୀୟ ଚାହିଦାକୁ ପୂରଣ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ ପ୍ଲାଟଫର୍ମ ଉପଲବ୍ଧ କରାଇବ ।

Scroll to Top