ବୌଦ୍ଧ ବାଣ ବିସ୍ଫୋରଣ ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ୫ ଅଭିଯୁକ୍ତ ଗିରଫ, ବିପୁଳ ପରିମାଣର ବାଣ ଜବତ

ବୌଦ୍ଧ-ବାଣ-ବିସ୍ଫୋରଣ-ଘଟଣା-:-ମୁଖ୍ୟ-ଅଭିଯୁକ୍ତ-ସମେତ-୫-ଅଭିଯୁକ୍ତ-ଗିରଫ,-ବିପୁଳ-ପରିମାଣର-ବାଣ-ଜବତ

ବୌଦ୍ଧ ୨୩।୯: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜିଆଁକଟା ଗ୍ରାମରେ ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଲୋକ କାନ୍ତିଙ୍କୁ ଗିରଫ କରିଛି ବୌଦ୍ଧ ପୋଲିସ । ଏଥି ସହିତ ଅନ୍ୟ ୪ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଅନ୍ୟ ୪ ଅଭିଯୁକ୍ତ ହେଲେ ପୁରୁଣାକଟକ ଗ୍ରାମର ମାଗିରାମ ବେହେରା, କାହୁଁ ପରିଡ଼ା, ଲକ୍ଷ୍ମୀଧର ପରିଡ଼ା ଓ ପ୍ରଶାନ୍ତ ସାହୁ । ମୁଖ୍ୟ ଅଭିଯୁକ୍ତ ଆଲୋକ କାନ୍ତି ଦୀର୍ଘ ବର୍ଷ ହେବ ଏହି ଅଞ୍ଚଳରେ ବେଆଇନ ଭାବେ ବାଣ ବ୍ୟବସାୟ କରୁଥିବା ବେଳେ ପୁରୁଣା କଟକରେ ନିଜ ବାସଭବନରେ, କଲେଜ ଛକ ଠାରେ, ରୁଗୁଡିପାଲି ସ୍ଥିତ ସମ୍ପର୍କୀୟ ଘରେ ଓ SBI କଲୋନୀ ସ୍ଥିତ ଏବଂ ଭଡ଼ା ଦୋକାନରେ ବିପୁଳ ପରିମାଣର ବାଣ ଗଚ୍ଛିତ ରଖିଥିବା ବେଳେ ଆଲୋକ କାନ୍ତିଙ୍କ ଏହି ୪ଟି ଠିକଣାରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିବାରେ ସଫଳ ହୋଇଥିବା ବେଳେ ଘର ମାଲିକଙ୍କ ସମେତ ଅନ୍ୟ ସଂପୃକ୍ତ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ।

ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ପ୍ରଥମେ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଘଟଣାରେ କ୍ଷୟକ୍ଷତି ହୋଇଥିବା ଘର ଗୁଡ଼ିକ ବୁଲି ଦେଖିଥିଲେ । ଏଥି ସହିତ ଘଟଣାସ୍ଥଳରେ ଅଧିକାରୀ ବ୍ଲକ ସହିତ ଆଲୋଚନା କରିଥିଲେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର । ତେବେ ଏହି ଘଟଣା ବାଣ ବିସ୍ଫୋରଣରୁ ହିଁ ଘଟିଥିବା ବେଳେ କେଉଁ କାରଣରୁ ବାଣ ବିସ୍ଫୋରଣ ହେଲା ସେ ନେଇ ତଦନ୍ତ ଚାଲିଛି ଏବଂ ଜବତ ହୋଇଥିବ ସାମଗ୍ରୀରେ କିଛି ଅନ୍ୟ ବିସ୍ଫୋରକ ରହିଛି କି ନାହିଁ ସେ ନେଇ ସାଇଣ୍ଟିଫିକ୍ ତଦନ୍ତ ଚାଲିଛି ତଦନ୍ତ ପରେ ହିଁ ଏସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଆଇଜି । ତେବେ ଦୀର୍ଘ ବର୍ଷ ହେଲା ଏହି ଅଞ୍ଚଳରେ ଏତେ ପରିମାଣର ବାଣ ଗଚ୍ଛିତ ରଖାଯାଇଥିବା ସହିତ ବାଣ ବ୍ୟବସାୟ ମଧ୍ୟ ହେଇଥିଲା ହେଲେ ପୋଲିସ କିଭଳି ଜାଣି ପାରିଲା ନାହିଁ ସେ ନେଇ ପ୍ରଶ୍ନ କରିବାରୁ ସେ ଦିଗରେ ମଧ୍ୟ ତଦନ୍ତ ଚାଲିଛି ଯେଉଁ ଅଧିକାରୀ କିମ୍ବା କର୍ମଚାରୀ ମଧ୍ୟ ଏଥିରେ ସଂପୃକ୍ତ ଥିବେ ତଦନ୍ତ କରାଯାଇ ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇଜି ନୀତି ଶେଖର ।

Scroll to Top