ନୂଆଦିଲ୍ଲୀ ୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଦେଶକୁ ଉଦବୋଧନ ଦେଇ ଜିଏସଟି ଉପରେ ବିସ୍ତୃତ ବିବରଣୀ ଦେଇଛନ୍ତି। ଏଥିରେ ସେ ଜିଏସଟି ସଂଶୋଧନର ଗୁରୁତ୍ୱକୁ ଦେଶବାସୀଙ୍କୁ ବୁଝେଇବାକୁ ଉଦ୍ୟମ କରିଛନ୍ତି। ସେହିପରି ଜିଏସଟିରେ କରାଯାଇଥିବା ସଂଶୋଧନକୁ ‘ନେକ୍ସଟ ଜେନେରେସନ ରିଫର୍ମ’ ବୋଲି କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନ ଉପରେ ଏବେ ବିରୋଧୀ ଦଳମାନଙ୍କ ପ୍ରତିକ୍ରିୟା ଆସିଛି। ଏଥିରେ ବିରୋଧୀ ଦଳମାନେ ଗତ ୮ ବର୍ଷରେ ଗରିବ ଓ ମଧ୍ୟମବର୍ଗୀୟ ଲୋକଙ୍କ ଉପରେ ଜିଏସଟି ଯୋଗୁ ବହୁତ ବଡ଼ ବୋଝ ପଡିଛି ବୋଲି କହିଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ନେଇ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର କଂଗ୍ରେସର ସହଜ ଓ ଶରଳ ଜିଏସଟି କୁ ଅଲଗା ଅଲଗା ୯ଟି ସ୍ଲାବରେ ଅସୁଲ କରି ଗବରସିଂହ ଟ୍ୟାକ୍ସରେ ପରିଣତ କରିଥିଲେ। ଏଥିରୁ କେନ୍ଦ୍ର ସରକାର ୮ ବର୍ଷରେ ୫୫ଲକ୍ଷ କୋଟି ଟଙ୍କାରୁ ଅଧିକ ଆଦାୟ କରିଛନ୍ତି’। ସେ କହିଛନ୍ତି ଯେ ସରକାର ଏବେ ୨.୫ଲକ୍ଷ କୋଟିର ‘ବଚତ ଉତ୍ସବ’ କଥା କହି ଜନତାଙ୍କ ଗଭୀର କ୍ଷତରେ ବ୍ୟାଣ୍ଡଏଡ ଲଗାଇବା ଭଳି ହୋଇଛି। ଡାଲି, ଚାଉଳ, ପେନସିଲ, ବହି, ଖାତା ଓ ଚିକିତ୍ସା ସବୁଥିରେ ଲୋକେ କରିଥିବା ବ୍ୟୟ ପାଇଁ ଆପଣଙ୍କୁ କେବେ କ୍ଷମା ଦେବେନି। ଏଥି ପାଇଁ ଆପଣ ଜନତାଙ୍କୁ କ୍ଷମାଯାଚନା କରନ୍ତୁ ବୋଲି ଖଡଗେ କହିଛନ୍ତି।
नौ सौ चूहे खाकर, बिल्ली हज को चली !
.@narendramodi जी,
आपकी सरकार ने कांग्रेस के सरल और कुशल GST के बजाय, अलग-अलग 9 स्लैब से वसूली कर “गब्बर सिंह टैक्स” लगाया और 8 साल में ₹55 लाख करोड़ से ज़्यादा वसूले।
अब आप ₹2.5 लाख करोड़ के “बचत उत्सव” की बात कर के जनता को गहरे घाव… pic.twitter.com/t7Z64wL67S
— Mallikarjun Kharge (@kharge) September 21, 2025
ଏଥିରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ‘ଟଙ୍କା ଖର୍ଚ୍ଚ ହେବ ଆମର ଆଉ ଶ୍ରେୟ ନେବେ ଆପଣ। ଏହା ହୋଇ ପାରିବନି, ଲୋକଙ୍କ ବିରୋଧ ଏଥିରେ ରହିଛି ଯେ ଆପଣ ମେଡିକାଲରେ କ୍ୟାନସର ଚିକିତ୍ସାରେ ଟ୍ୟାକ୍ସ ବସେଇଥିଲେ, ଡାୟଲେସିସରେ ଟ୍ୟାକ୍ସ ଲଗେଇଥିଲେ ଏପରିକି ସବୁ ଆଣ୍ଟିବୋୟାଟିକ୍ସ ଉପରେ ବି ଉଚ୍ଚହାରର ଶୁଳ୍କ ଲଗାଇଥିଲେ। ଏଥି ପାଇଁ ଜନତା ଆପଣଙ୍କୁ କେବେ କ୍ଷମା କରିବେନି’।
ଏଥିରେ ଆମ ଆଦମୀ ପାର୍ଟି (ଆପ) ରାଜ୍ୟସଭା ସଂସଦ ସଞ୍ଜୟ ସିଂହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ଉପରେ ପ୍ରତିକ୍ରିୟା ରଖି ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ‘ଗତ ୮ ବର୍ଷ ହେଲା ଜିଏସଟି ନାମରେ ଦେଶର ଜନତାଙ୍କଠୁ ଲୁଟ ହୋଇଥିବା ଲକ୍ଷଲକ୍ଷ ଟଙ୍କା ଜନତାଙ୍କ ଖାତାରେ ଫେରସ୍ତ କର। ସ୍ୱିଜରଲ୍ୟାଣ୍ଡର ଘଡ଼ି, ଜର୍ମାନ ପେନ୍, ଇଟାଲୀ ଚଷମା, ଆମେରିକା ଫୋନ, ବିଦେଶୀ କାର, ହେଲିକପ୍ଟର ଓ ବିମାନ ବ୍ୟବହାର କରୁଥିବା ମୋଦି ଜୀ ଆଜି ସ୍ୱଦେଶୀ ଉପରେ ଜ୍ଞାନ ବାଣ୍ଟୁଥିଲେ’।
पिछले 8 सालों में GST के नाम पर देश की जनता से लूटे गए लाखों करोड़ रुपए जनता के खातों में वापस करो। स्विट्जरलैंड की घड़ी, जर्मनी का पेन, इटली का चश्मा, अमेरिका का फ़ोन। विदेशी कार , हेलीकॉप्टर और विमान इस्तेमाल करने वाले मोदी जी आज स्वदेशी पर ज्ञान बांट रहे थे। pic.twitter.com/292Ob7EYLV
— Sanjay Singh AAP (@SanjayAzadSln) September 21, 2025
ସେହିପରି କଂଗ୍ରେସ ନେତା ରଣଦୀପ ସୂରଜେୱାଲା କହିଛନ୍ତି ଯେ ‘ଦୁର୍ବଳ ପ୍ରଧାନମନ୍ତ୍ରୀ, ଦୁର୍ବଳ ସରକାରଙ୍କ ନୀତି ଯୋଗୁ ସୂଚନା ଓ ପ୍ରଯୁକ୍ତିରେ ଯୁକ୍ତ ଯୁବପିଢୀ ଏବେ ଚିନ୍ତିତ। ଆମେରିକା ଦ୍ୱାରା ଏବେ ଏଚ-୧ ବି ଭିସା ଉପରେ ୧ ଲକ୍ଷ ଡଲାର ଅସୁଲ କରାଯିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୌନବ୍ରତ କରିଛନ୍ତି। ଏହା ଏବେ ଯୁବବର୍ଗଙ୍କ ନିମନ୍ତେ ଘୋର ସଂକଟର ବିଷୟ ପାଲଟିଛି’। ସେହିପରି ବିହାରର ଜନସୁରାଜ ନେତା ପ୍ରଶାନ୍ତ କିଶୋର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବୟାନ ଉପରେ ଚୁଟକି ଲଗାଇଛନ୍ତି।
ପ୍ରଶାନ୍ତ କିଶୋର କହିଛନ୍ତି ଯେ ଆମେ ଗତ ୧୫ ବର୍ଷ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଶୁଣି ଆସୁଛେ। ଏଥିରେ ସବୁବେଳେ କୁହାଯାଉଛି କାଲି ପରିବର୍ତ୍ତନ ଆସିବ, ଭାରତ ବିଶ୍ୱନେତା ବନିବ ଓ ଆମ ସମସ୍ୟାର ସମାଧାନ ହେବ। ଏ ପର୍ଯ୍ୟନ୍ତ ଆମେ କେବଳ ପ୍ରତିଶ୍ରୁତି ହିଁ ଶୁଣି ଆସୁଛେ ହେଲେ ସେହି କାଲି କେବେ ଆସିବ ପ୍ରଧାନମନ୍ତ୍ରୀ କହୁ ନାହାନ୍ତି। ସେ ବିଶେଷ ରୂପେ ବିହାର ସନ୍ଦର୍ଭରେ ଜିଏସଟି ସୁଧାରର ସୀମିତ ଉପଯୋଗୀତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ବିହାର ଭଳି ଗରିବ ରାଜ୍ୟର ଲୋକଙ୍କୁ ଏହି ସଂଶୋଧନରୁ ସେପରି କୌଣସି ଲାଭ ମିଳିବ ନାହିଁ। କାରଣ ଏହି ଲାଭ ଅଧିକତର ସେହିମାନଙ୍କ ମଧ୍ୟରେ ସୀମିତ ରହିବ ଯେଉଁମାନଙ୍କ ପାଖରେ ଆଗରୁ ଧନ ଅଛି।
#WATCH | Nalanda, Bihar: On Prime Minister Modi’s address to the nation on GST reforms, Prashant Kishor, founder of Jan Suraaj, says, “… We’ve been listening to PM Modi’s speeches for 15 years, and we’ve been hearing, tomorrow there’s going to be change, tomorrow India will… pic.twitter.com/1QYx7ihqdj
— ANI (@ANI) September 21, 2025




