ମହାଳୟାରେ ପଶୁପକ୍ଷୀଙ୍କୁ ଖାଦ୍ୟ ପରସିଲେ କଟକ ନୂଆ ବଜାରର ଯୁବକ- ଯୁବତୀ, କହିଲେ- ପ୍ରାଣୀମାନଙ୍କୁ ଖୁଆଇଲେ ମିଳିଥାଏ ବାସ୍ତବ ଆତ୍ମତୃପ୍ତି

ମହାଳୟାରେ-ପଶୁପକ୍ଷୀଙ୍କୁ-ଖାଦ୍ୟ-ପରସିଲେ-କଟକ-ନୂଆ-ବଜାରର-ଯୁବକ-ଯୁବତୀ,-କହିଲେ-ପ୍ରାଣୀମାନଙ୍କୁ-ଖୁଆଇଲେ-ମିଳିଥାଏ-ବାସ୍ତବ-ଆତ୍ମତୃପ୍ତି

କଟକ: ମହାଳୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ପିଣ୍ଡ ଦାନ କରିବାର ପରମ୍ପରା ରହିଛି । ତେବେ ଏହି ମହାଳୟାକୁ ପାଳନ କରିଛନ୍ତି କଟକ ନୂଆ ବଜାରର କିଛି ଯୁବକ- ଯୁବତୀ। ଏହି ଯୁବକ- ଯୁବତୀମାନେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ଶ୍ରଦ୍ଧାର ସହ ପଶୁପକ୍ଷୀଙ୍କ ପାଇଁ ପରସି ଦେଇଛନ୍ତି। ଏହା ସହ ଗୋମାତାଙ୍କ ପାଇଁ ଘାସ, ଦୁବ, ପତ୍ର ଆଦି ସଜାଡ଼ି ଦେଇ ଶ୍ରଦ୍ଧାର ସହ ଖୁଆଇଥିଲେ । ସେମାନଙ୍କ କହିବା ଅନୁସାରେ କଥା କହିପାରୁନଥିବା ଏହି ପ୍ରାଣୀମାନଙ୍କୁ ଖୁଆଇଲେ ବାସ୍ତବ ଆତ୍ମତୃପ୍ତି ମିଳେ।

ଏହି ଖାଦ୍ୟର ପସରା ଭିତରେ ଗଛଟିଏ ରଖି ପରିବେଶକୁ ଶ୍ରଦ୍ଧା କରିବାର ବାର୍ତ୍ତା ମଧ୍ୟ ଦେଇଥିଲେ ଏହି ସ୍ବେଚ୍ଛାସେବୀମାନେ। ପରିବେଶକୁ ଶ୍ରଦ୍ଧା କରିବା ଓ ଗଛଲତାକୁ ବଞ୍ଚାଇ ରଖିବାରେ ସହାୟକ ହେବା ଏକ ଉତ୍କୃଷ୍ଟ ଶ୍ରାଦ୍ଧ ବୋଲି ବିଚାର କରନ୍ତି ଏହି ସ୍ବେଚ୍ଛାସେବୀମାନେ। କେବଳ ଏହି ଗୋଟିଏ ଦିନ ନୁହେଁ ବର୍ଷ ତମାମ ଯେତେବେଳେବି ସମୟ ମିଳୁଛି ପ୍ରାଣୀ ଜଗତ ପାଇଁ ଏହି ଭଳି କିଛି କରିପାରିଲେ ଇଶ୍ବର ଖୁସି ହେବେ ବୋଲି କୁହନ୍ତି ଏହି ସ୍ବେଚ୍ଛାସେବୀମାନେ।

Scroll to Top