BJD Rift Widens: ପାଣ୍ଡିଆନ କୋଟେରୀକୁ ପୁଣି ଦେବାଶିଷଙ୍କ ବାଣ, ବାହାରିଲେ ପ୍ରଫୁଲ୍ଲ ଓ ଶ୍ରୀମୟୀଙ୍କ ସପକ୍ଷରେ

bjd-rift-widens:-ପାଣ୍ଡିଆନ-କୋଟେରୀକୁ-ପୁଣି-ଦେବାଶିଷଙ୍କ-ବାଣ,-ବାହାରିଲେ-ପ୍ରଫୁଲ୍ଲ-ଓ-ଶ୍ରୀମୟୀଙ୍କ-ସପକ୍ଷରେ

ପ୍ରଫୁଲ୍ଲ ଆଉ ଶ୍ରୀମୟୀଙ୍କ ସପକ୍ଷରେ ବାହାରିଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ଆକ୍ସନକୁ କଡ଼ା ଭାଷାରେ କଲେ ନିନ୍ଦା। ଶ୍ରୀମୟୀ ମିଶ୍ରଙ୍କ ସହ ଅନ୍ୟାୟ ହୋଇଥିବା କହି କୋଟେରୀ ଗ୍ରୁପକୁ ବି ମାରିଲେ ବାଣ। ଆଉ କହିଲେ ଏବେ ବି ସମୟ ଅଛି ନବୀନ ନିଅନ୍ତୁ ଦଳର ଦାୟିତ୍ବ। ନିକଟରେ ପ୍ରଫୁଲ୍ଲ ମଲ୍ଲିକଙ୍କ ସମର୍ଥନରେ ବାହାରି ପ୍ରତିକ୍ରିୟା ରଖିଥିବାରୁ ପଦ୍ମନାଭଙ୍କ ଉପରେ ଚାପ ପକାଇ ବୟାନ ବଦଳାଇବାକୁ ବାଧ୍ୟ କରିଥିଲା ବିଜେଡି। ଏବେ ଦେବାଶିଷ ଗଣମାଧ୍ୟମକୁ ଆସିବା ପରେ ଦଳର କଣ ଆଭିମୁଖ୍ୟ ହେବ, ଏବେ ସବୁଠି ଚର୍ଚ୍ଚା।…

ପ୍ରଫୁଲ୍ଲ ମଲ୍ଲିକ ଓ ଶ୍ରୀମୟୀ ମିଶ୍ରଙ୍କୁ ନେଇ ବିଜେଡି ଦୁଇ ଫାଳ। ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜୋର। ପ୍ରଫୁଲ୍ଲ ଓ ଶ୍ରୀମୟୀଙ୍କ ସପକ୍ଷରେ ବାହାରିଲେ ଦେବାଶିଷ। ପରୋକ୍ଷରେ କହିଲେ ପାଣ୍ଡିଆନଙ୍କ କବଜାରେ ବିଜେଡି। ଏବେ ବି ସମୟ ଅଛି ନବୀନ ନିଅନ୍ତୁ ଦଳର ଦାୟିତ୍ବ। ଆଜି ପୁଣି ଥରେ ଗଣମାଧ୍ୟମକୁ ଆସି ପ୍ରଫୁଲ୍ଲଙ୍କ ଉପରେ ଆକ୍ସନକୁ ନିନ୍ଦା କରିଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ।

ଏହା ସହ ସେ କହିଛନ୍ତି ଶ୍ରୀମୟୀଙ୍କୁ ନିର୍ଯାତନା ଦେଲେ, ଅଣଦେଖା କଲେ। ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି। ଏନ ଭାସ୍କର ରାଓ ଦଳ ଛାଡ଼ିବା ବି ଗୁରୁତର ବୋଲି କହିଛନ୍ତି ଦେବାଶିଷ। ଯେଉଁ ନେତା କିଛି ଅଭିଯୋଗ କରୁଛନ୍ତି ତାର ଅଭିଯୋଗକୁ ଦଳ ଶୁଣୁ। ଦେବାଶିଷଙ୍କୁ କାଉଣ୍ଟର କରି କ୍ଷମତା ଲୋଭୀର ଆକ୍ଷା ଦେଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

Also Read

କେବଳ ଦେବାଶିଷ ନୁହଁନ୍ତି ବରଂ ବିଜେଡି କର୍ପୋରେଟର ବି ଶ୍ରୀମୟୀ ଙ୍କ ସପକ୍ଷରେ ବାହାରି ଦଳୀୟ ନିଷ୍ପତ୍ତିକୁ କରିଛନ୍ତି ଟାର୍ଗେଟ । ଭୁବନେଶ୍ବର ୪୪ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ଅଜିତ ବେହେରା କହିଛନ୍ତି, ଆମକୁ ଶ୍ରୀମୟୀ ସାଂସଦ ପ୍ରାର୍ଥୀ ବୋଲି କହି ତାଙ୍କୁ ଏରିଆରେ ବୁଲାଇବା ପାଇଁ କୁହା ହୋଇଥିଲା । ପରେ ପ୍ରାର୍ଥୀ କିନ୍ତୁ ପରିବର୍ତ୍ତନ ହୋଇଗଲେ ।

ଶ୍ରୀମୟୀଙ୍କ ଭିତରେ ଅସନ୍ତୋଷ ରହିବା ସ୍ୱାଭାବିକ । ଶ୍ରୀମୟୀ ପ୍ରାର୍ଥୀ ହୋଇଥିଲେ ଦଳରେ ଭିନ୍ନ ପ୍ରଭାବ ପଡିଥାନ୍ତା । ସେପଟେ ଏହାର ଜବାବ ରଖିଛନ୍ତି ଶ୍ରୀମୟୀଙ୍କ ବଦଳରେ ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ।

ନିକଟରେ ପ୍ରଫୁଲ୍ଲଙ୍କ ଉପରେ ଆକ୍ସନକୁ ନିନ୍ଦା କରିଥିଲେ ବରିଷ୍ଠ ନେତା ପଦ୍ମନାଭ ବେହେରା।କିନ୍ତୁ ପରେ ଚାପ ପଡିବାରୁ ସେ ବୟାନ ବଦଳାଇଥିଲେ। କିନ୍ତୁ ଗତ କିଛି ଦିନ ଧରି ଦଳର ପରିଚାଳନା ଏବଂ ନିଷ୍ପତ୍ତିକୁ ନେଇ ଯେମିତି ଜଣେ ପରେ ଜଣେ ନେତା ସାମ୍ନାକୁ ଆସୁଛନ୍ତି ତାକୁ ମ୍ୟାନେଜ କରିବାରେ ବିଫଳ ହେଉଛି ବିଜେଡି।…

ଅଧିକ ପଢ଼ନ୍ତୁ: ବୀମା ପାଇଁ ବିବାହ, ବିବାହ କରି ହତ୍ୟା; ବଢ଼ିଲା କିଲର୍ ଦୀପକର ଅଡୁଆ 

Scroll to Top